ପର୍ବପର୍ବାଣୀ ଆରମ୍ଭ ହେବା ପୂର୍ବରୁ, ଗ୍ରହ ଗତିରେ ଅନେକ ଗୁରୁତ୍ବପୂର୍ଣ ପୂର୍ଣ୍ଣ ପରିବର୍ତ୍ତନ ଘଟିବାକୁ ଯାଉଛି । ସେପ୍ଟେମ୍ବରରୁ ଦୀପାବଳି ପର୍ଯ୍ୟନ୍ତ, ଶୁକ୍ର, ବୁଧ, ସୂର୍ଯ୍ୟ ଏବଂ ମଙ୍ଗଳ ସମେତ ଅନେକ ଗ୍ରହ ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷ ଦୃଷ୍ଟିରୁ, ଏହି ଗ୍ରହ ପରିବର୍ଭନଗୁଡ଼ିକ କ୍ୟାରିଅର, ଆର୍ଥିକ, ବ୍ୟବସାୟ ଏବଂ ବ୍ୟକ୍ତିଗତ ଗତ ଜୀବନ ସହିତ ଜଡିତ । ସେପ୍ଟେମ୍ବରରେ, ଶୁକ୍ର ସେପ୍ଟେମ୍ବର ୨ ରେ ତୁଳା ରାଶିରେ ପ୍ରବେଶ କରିବେ, ବୁଧ ସେପ୍ଟେମ୍ବର ୭ ରେ କନ୍ୟା ରାଶିରେ ପ୍ରବେଶ କରିବେ ଏବଂ ସେପ୍ଟେମ୍ବର ୧୮ ରେ ମଙ୍ଗଳ କର୍କଟ ରାଶିରେ ପ୍ରବେଶ କରିବେ । ତା’ପରେ ସେପ୍ଟେମ୍ବର ୨୬ ରେ ବୁଧ ତୁଳା ରାଶିରେ ପ୍ରବେଶ କରିବେ ।
ବୃଷ : ଆଗାମୀ ସମୟ କାର୍ଯ୍ୟ ଦୃଷ୍ଟିରୁ ବୃଷ ରାଶି ପାଇଁ ଅନୁକୂଳ ହୋଇପାରେ । ଯଦି ଆପଣ ବହୁତ ଦିନ ଧରି ଚାକିରି ପରିବର୍ତ୍ତନ କରିବା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଖାସ୍ ରହିବ । ଯାହା ଆପଣଙ୍କ ଜୀବନରେ ନୂତନ ସୁଯୋଗ ଆଣିପାରେ । ବ୍ୟବସାୟୀମ ପ୍ରେମୀମାନଙ୍କ ପାଇଁ, ନୂତନ ସମ୍ପର୍କ ସ୍ଥାପନ ମଧ୍ଯ ଲାଭଦାୟକ ହୋଇପାରେ । ଆୟ ସହିତ ଖର୍ଚ୍ଚ ବୃଦ୍ଧି ପାଇପାରେ, ତେଣୁ ଖର୍ଚ୍ଚ କରିବା ଉପରେ ସଞ୍ଜମତା ରକ୍ଷା କରନ୍ତୁ ।
ମିଥୁନ : ମିଥୁନ ରାଶିର ଜାତକଙ୍କ ପାଇଁ ସେପ୍ଟେମ୍ବରରୁ ଦୀପାବଳି ପର୍ଯ୍ୟନ୍ତ ସମୟ ନୂଆ ସମ୍ଭାବନା ନେଇ ଆସିପାରେ । ବୁଧ ଗ୍ରହର କନ୍ୟା ରାଶିରେ ପ୍ରବେଶ ଏହି ରାଶିର ଜାତକଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟବସାୟ ଓ ତର୍କର କାରକ ଭାବେ ବିବେଚନା କରାଯାଏ । ଏହି ସମୟରେ ଆପଣଙ୍କ କଥାବାର୍ତ୍ତା ଏବଂ ନିଷ୍ପତ୍ତି ନେବାର କ୍ଷମତା ଆହୁରି ମଜବୁତ ହୋଇପାରେ। ଆୟ ବଢ଼ାଇବାର ନୂଆ ରାସ୍ତା ଖୋଜୁଥିବା ଲୋକଙ୍କୁ ସଫଳତା ମିଳିପାରେ। ତେବେ କୌଣସି ଆର୍ଥିକ ଚୁକ୍ତି କିମ୍ବା ବ୍ୟବସାୟିକ ସହଭାଗିତା କରିବା ସମୟରେ ଦସ୍ତାବିଜ୍ଗୁଡ଼ିକୁ ଭଲ ଭାବରେ ପଢ଼ି ଯାଞ୍ଚ କରିବା ଜରୁରୀ ରହିବ ।
ସିଂହ : ସିଂହ ରାଶିର ଜାତକଙ୍କ ପାଇଁ ଏହି ସମୟ ଆତ୍ମବିଶ୍ୱାସ ବଢ଼ାଇବାର ସୁଯୋଗ ଆଣିପାରେ । କର୍ମକ୍ଷେତ୍ରରେ ଆପଣଙ୍କ ନେତୃତ୍ୱ ଦକ୍ଷତା ସାମ୍ନାକୁ ଆସିବ । ଲୋକମାନେ ଆପଣଙ୍କ ନିଷ୍ପତ୍ତିକୁ ଗୁରୁତ୍ୱ ଦେଇପାରନ୍ତି । ଚାକିରିଆମାନଙ୍କ ପାଇଁ ପଦବୀ କିମ୍ବା ଦାୟିତ୍ୱରେ ପରିବର୍ତ୍ତନର ସମ୍ଭାବନା ରହିପାରେ । ବ୍ୟବସାୟୀମାନେ କୌଣସି ବଡ଼ ପ୍ରୋଜେକ୍ଟ କିମ୍ବା ନୂଆ ଚୁକ୍ତିରୁ ଲାଭ ପାଇପାରନ୍ତି । ତେବେ କୌଣସି ଡିଲ୍କୁ ଚୂଡ଼ାନ୍ତ କରିବା ପୂର୍ବରୁ ଏହାର ସମସ୍ତ ସର୍ତ୍ତକୁ ଭଲ ଭାବରେ ଯାଞ୍ଚ କରିନେବା ଜରୁରୀ ।