IPL- 2023 : କୋଲକାତାକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଚେନ୍ନାଇ

କୋଲକାତା : ଆଜିଙ୍କ୍ୟ ରାହାଣେଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ଚେନ୍ନାଇ ୪୯ ରନରେ କୋଲକାତାକୁ ହରାଇ ସହଜ ବିଜୟ ହାସଲ କରିଛି ଧୋନୀ ବାହିନୀ। ବିଜୟ ପରେ ଚେନ୍ନାଇ ୧୦ ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଆଜିଙ୍କ୍ୟ ରାହାଣେଙ୍କ ଅପରାଜିତ ୭୧ ରନ, ଡେଭନ କନଓ୍ଵେଙ୍କ ୫୬ ଏବଂ ଶିବମ ଦୁବେଙ୍କ ବିସ୍ଫୋରକ ୫୦ ରନ ବଳରେ ଚେନ୍ନାଇ ୪ ଓ୍ଵିକେଟ୍ ହରାଇ ବିଶାଳ ୨୩୫ ରନ କରିଥିଲା। ଜବାବରେ କୋଲକାତା ୯ ଓ୍ଵିକେଟ୍ ବିନିମୟରେ ୧୯୦ ରନ କରି ପାରିଛି। ଜାସନ ରୟ ୬୧ ରନ କରିଥିବା ବେଳେ ରିଙ୍କୁ ସିଂଙ୍କ ଅପରାଜିତ ୫୫ ରନ ଦଳ ପାଇଁ ଯଥେଷ୍ଟ ନଥିଲା। ଅଧିନାୟକ ନୀତିଶ ରାଣା ୨୭ ରନ ଏବଂ ଭେଙ୍କଟେଶ ଆୟର ୨୦ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ଏବଂ ମହିଷ ତୀକ୍ଷ୍ମଣା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ରୁତୁରାଜ ଗାୟକ୍ୱାର୍ଡ ଓ ଡେଭନ କନଭୟ ପ୍ରଥମ ଓ୍ଵିକେଟ୍‌ରେ ୭୩ ରନ୍ ଯୋଡ଼ିଥିଲେ। ଏହାପରେ ୭.୩ ଓଭରରେ ରୁତୁରାଜ ଗାୟକ୍ୱାର୍ଡ(୨୦ ବଲ୍‌ରେ ୩୫ ରନ୍) ପାଭିଲିୟନ ଫେରିଥିଲେ। ଏହାପରେ ୧୨.୧ ଓଭରରେ କନଭୟ(୪୦ ବଲ୍ ୫୬ ରନ୍)ଏବଂ ୧୭.୩ ଓଭରେ ଶିବମ ଦୁବେ(୨୧ ବଲ୍‌ ୫୦ ରନ୍) କରିଥିଲେ। ୧୯.୫ ଓଭରରେ ରବୀନ୍ଦ୍ର ଜାଡ଼େଜା ୮ ବଲ୍‌ରେ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ବେଳକୁ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ(୩ ବଲ୍‌ରେ ୨ ରନ୍) ଓ ଆଜିଙ୍କ୍ୟ ରାହାଣେ ବ୍ୟାଟିଂ ପାଳି ଶେଷ କରିଥିଲେ। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୬ ରନ୍ କରିଥିଲା। ଚେନ୍ନାଇ ପକ୍ଷରୁ ଆଜିଙ୍କ୍ୟ ରାହାଣେ ଆଜି ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ମାତ୍ର ୨୯ ବଲ୍‌ରେ ସର୍ବାଧିକ ୭୧ ରନ୍ କରିଛନ୍ତି।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା କୋଲକାତା ଆଜି ଚେନ୍ନାଇ ବିପକ୍ଷରେ ସେତେଟା ଭଲ ପ୍ରଦର୍ଶନ କରିପାରି ନାହିଁ। ଦଳ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ସୂୟସ ଶର୍ମା ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ କୁଲୱନ୍ତ ଖେଜ୍ରୋଲିଆ ୨ଟି ୱିକେଟ୍ ନେଇଥିଲେ। ତେବେ ଅନ୍ୟ କୌଣସି ବୋଲର ୱିକେଟ୍ ନେବାର ସଫଳ ହୋଇ ନଥିଲେ। ଉମେଶ ଯାଦବ, ଡାଭିଡ୍ ୱାଇସ୍ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦୁଇ ବୋଲର ଯଥା କ୍ରମେ ୩୫ ଓ ୩୮ ରନ୍ ଦେଇଥିବା ବେଳେ ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ।

SBI_Festive_Digital Billboard