ଚେସ୍‌ରେ ଇତିହାସ ରଚିଲେ ପ୍ରଜ୍ଞାନନ୍ଦା, ପ୍ରଥମ ଭାରତୀୟ ଭାବେ ଗ୍ରାଣ୍ଡ ଚେସ୍‌ ଟୁର୍‌ ଚାମ୍ପିଅନ୍‌

ନୂଆଦିଲ୍ଲୀ, ୨୮/୦୮ : ଚେସ୍‌ ଦୁନିଆରେ ଭାରତର ନୂଆ ଇତିହାସ । ଗ୍ରାଣ୍ଡ ଚେସ୍‌ ଟୁର୍‌ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ଆର୍‌. ପ୍ରଜ୍ଞାନନ୍ଦା । ଡିଫେଣ୍ଡିଂ ଚାମ୍ପିଅନ୍‌ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଅବିଶ୍ୱସନୀୟ କମ୍‌ବ୍ୟାକ୍‌ କରି ଏହି ବଡ଼ ସଫଳତା ହାସଲ କରିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲ୍‌ର ଶେଷ ଦିନ ପୂର୍ବରୁ ପ୍ରଜ୍ଞାନନ୍ଦା ୬ ପଏଣ୍ଟ ପଛରେ ଥିଲେ। କ୍ଲାସିକାଲ୍‌ ଗେମ୍‌ ପରେ ସ୍କୋର୍‌ ଥିଲା କାରୁଆନାଙ୍କ ସପକ୍ଷରେ ୯-୩। ଏଭଳି ସ୍ଥିତିରେ ପ୍ରଜ୍ଞାନନ୍ଦାଙ୍କ ପାଇଁ ଟାଇଟଲ୍‌ ଜିତିବା କଷ୍ଟକର ଲାଗୁଥିଲା ।