ଭୁବନେଶ୍ୱର, ୧୬/୦୯ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରେ ସେବକଙ୍କୁ ଅନ୍ୟ ଜଣେ ଛୁଇଁ ଦେବାରୁ ମହାସ୍ନାନ ହେଉଛି। ଛୁଆଁ ମହାସ୍ନାନ ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ସାଧାରଣ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ଅସାବଧାନତା କିମ୍ବା ଅନ୍ୟ କୌଣସି କାରଣରୁ ସେବାୟତଙ୍କ ସ୍ପର୍ଶ କିମ୍ବା ଅନ୍ୟ କିଛି ଅସୁବିଧା ହେଲେ ଛୁଆଁ ମହାସ୍ନାନ ନୀତି କରାଯାଇଥାଏ। ମଇଲମ କିମ୍ବା ଅନ୍ୟାନ୍ୟ ନୀତି ଚାଲିଥିବା ସମୟରେ ରତ୍ନସିଂହାସନରେ କୌଣସି ସେବାୟତଙ୍କୁ ଅନ୍ୟ ଜଣେ ସ୍ପର୍ଶ କରିଦେଲେ କିମ୍ବା ଅନ୍ୟ କୌଣସି ଅଶୁଚି ସ୍ଥିତି ଉପୁଜିଲେ ଏହି ବିଶେଷ ନୀତି କରାଯାଏ। ମହାସ୍ନାନ ନୀତି ଚାଲିଥିବା ସମୟରେ ସ୍ୱାଭାବିକ ଭାବେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ଶ୍ରୀବିଗ୍ରହଙ୍କୁ ପୁନର୍ବାର ଶୁଦ୍ଧ ଓ ପବିତ୍ର କରିବା ପାଇଁ ସେବକମାନଙ୍କ ଦ୍ୱାରା ଏହି ଗୁପ୍ତ ଓ ଶୁଦ୍ଧି ନୀତି କରାଯାଇଥାଏ ।