ଓ୍ବାଙ୍ଖଡେ ଷ୍ଟାଡିୟମରେ ଲାଗିବ ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ

ମୁମ୍ବାଇ,୨୮/୨: ଓ୍ବାଙ୍ଖଡେ ଷ୍ଟାଡିୟମରେ ଲାଗିବ କ୍ରିକେଟର ଗଡ ଫାଦର ସଚିନ୍ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଷ୍ଟାଚ୍ୟୁକୁ ମୁମ୍ବାଇ କ୍ରିକେଟ ଆସୋସିଏସନ୍ ତରଫରୁ ନିର୍ମାଣ କରାଯାଉଛି । ତେବେ ଷ୍ଟାଡିୟମରେ କେଉଁଠି ଏହି ଷ୍ଟାଚ୍ୟୁ ଲାଗିବ ତାହାର ଫାଇନାଲ୍ ପାଇଁ ଷ୍ଟାଡିୟମରେ ପତ୍ନୀ ଅଞ୍ଜଳୀଙ୍କ ସହ ପହଞ୍ଚିଥିଲେ ସଚିନ୍ । ସେଠାରେ ପହଞ୍ଚିବା ପରେ ମହାନ କ୍ରିକେଟର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଛନ୍ତି ଯେ ଏଠାରେ ମୋ କ୍ୟାରିଅରର ସବୁଠାରୁ ସୁନ୍ଦର ମୂହୁର୍ତ୍ତ ରହିଛି । ୨୦୧୩ରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଓ୍ବାଙ୍ଖେଡ୍ ଷ୍ଟାଡିୟମରେ ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ଖେଳିଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ ତାଙ୍କ ଜନ୍ମଦିନରେ ନଚେତ୍ ଓ୍ବାନ ଡେ ଓ୍ବାର୍ଲ୍ଡ କପ୍ ସମୟରେ ଉନ୍ମୋଚନ କରାଯିବ । ଏପ୍ରିଲ୍ ୨୪ରେ ସଚିନ୍ ୫୦ ବର୍ଷରେ ପଦାର୍ପଣ କରିବେ। ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହା ତାଙ୍କର ପ୍ରଥମ ଷ୍ଟାଟ୍ୟୁ ହେବ । ଏହି ସମୟରେ ମମ୍ବାଇ କ୍ରିକେଟ ଆସୋସିଏସନ୍ ଅଧ୍ୟକ୍ଷ ଅନମୋଲ କାଲେ କହିଛନ୍ତି ଯେ ସଚିନ ହେଉଛନ୍ତି ଭାରତ ରତ୍ନ । ସେ ଭାରତୀୟ କ୍ରିକେଟ ପାଇଁ ଅନେକ କିଛି କରିଛନ୍ତି । ଏହି କାରଣରୁ ୫୦ତମ ଜନ୍ମଦିନରେ ଏମସିଏ ତରଫରୁ ସଚିନଙ୍କ ପାଇଁ ଏହା ଏକ ଛୋଟ ଉପହାର ହେବ। କାଲେ ଆହୁରି ମଧ୍ୟ କହିଛନ୍ତି ଯେ, ୩ ସପ୍ତାହ ପୂର୍ବରୁ ଷ୍ଟାଚ୍ୟୁ ନିର୍ମାଣ ନେଇ ସଚିନଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କୁ ମିଳିଥିଲା ସହମତି ।

 

SBI AD