ଆସନ୍ତାକାଲି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ରାଉରକେଲା,୯/୩ : ଆସନ୍ତାକାଲି ରାଉରକେଲାରେ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡ଼ିୟମ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏକ ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଅପରାହ୍ନ ୪ଟା ୩୦ମିନିଟରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣାଙ୍କ ସହ ଇଡ଼କୋ ଅଧ୍ୟକ୍ଷ ଭୁପିନ୍ଦର ସିଂ ପୁନିଆ ଉପସ୍ଥିତ ରହିବେ । ସ୍ମାର୍ଟ ସିଟି ଅଧିନରେ ନିର୍ମାଣ ହୋଇଥିବା ୨୫୦ କୋଟି ଟଙ୍କାର ଏହି ଷ୍ଟାଡ଼ିୟମ ଅଲଟ୍ରା ମର୍ଡନ ସ୍ପୋଟ୍ସ କମ୍ପ୍ଲେକ୍ସ । ଫୁଟବଲ, ରନିଙ୍ଗ, ସୁଇମିଂ, ଆଚେରୀ ସହ ରହିଛି ୧୨୦ କାର୍ ପାର୍କିଂ ପାଇଁ ସ୍ଵତ‌ନ୍ତ୍ର ବ୍ୟବସ୍ଥା । ଆନ୍ତଜାର୍ତୀକ କ୍ରୀଡ଼ାର ହବ୍ ପାଲଟିବ ଏହି ଅଲଟ୍ରା ମର୍ଡ଼ନ ସ୍ପୋଟ୍ସ କମ୍ପ୍ଲେକ୍ସ ।

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡ଼ିୟମ ଲୋକାର୍ପଣ କରିବା ପରେ ସୁନ୍ଦରଗଡ଼ ଜିଲ୍ଲାକୁ ଭେଟି ଦେବେ ୯୦୦ କୋଟିର ୬ଶହ ପ୍ରକଳ୍ପ । ଏହି ପ୍ରକଳ୍ପରୁ ଅନେକ ଭିତ୍ତିପ୍ରସ୍ତର ସ୍ଥାପନ ଦେବା ସହ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ । ସନ୍ଧ୍ୟା ୭ଟାରେ ଉଦଘାଟନ କରିବେ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଏଫଆଇଏଚ ପ୍ରୋଲି ଲିଗ୍ । ଉଦଘାଟନୀ ମ୍ୟାଚ୍‌ରେ ଭାରତ ସହ ମୁକାବିଲା ହେବ ଜର୍ମାନୀର ।

 

SBI AD