ଭୁବନେଶ୍ୱର, ୦୧/୦୮ : କେନ୍ଦ୍ରାପଡା ଜିଲ୍ଲାର କାଣି ନଦୀରେ ବନ୍ୟା ଆସିବା ଫଳରେ ଆଳି ବ୍ଲକର ଧୋୟା ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ଗୋବିନ୍ଦପୁର-ମାନପୁର ରାସ୍ତାର ଘୋଷରା ନିକଟରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତକୁ ବନ୍ୟାଜଳ ଚାରିପଟୁ ଘେରି ରହିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାର ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ରାଜକନିକା ବ୍ଲକର ୪ଟି ପଞ୍ଚାୟତ ବିଶେଷ ଭାବରେ ପ୍ରଭାବିତ ହୋଇଛି । ବୈତରଣୀ ନଦୀ କୂଳରେ ଥିବା ବାରାହାଦୋମଣ୍ଡା ପଂଚାୟତର ୪୦୦ରୁ ଉର୍ଦ୍ଧ୍ବ ପରିବାର ପାଣିଘେରରେ ରହିଛନ୍ତି । ଟିୟୁବଲଗୁଡିକ ପାଣିରେ ବୁଡି ରହିଥିବାରୁ ଏଠାରେ ପିଇବା ପାଣିର ସମସ୍ୟା ଦେଖାଦେଇଛି। ସେହିପରି ଗାଈଗୋରୁଙ୍କ ପାଇଁ ମଧ୍ୟ ଖାଦ୍ୟାଭାବ ଦେଖାଦେଇଛି ।
