‘ଭାରତ ଯୋଡ଼ ଯାତ୍ରା’ ଉଦ୍‌ଯାପନୀ ଦିବସରେ ୨୧ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୧୧/୧ : କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା କାଶ୍ମୀରରେ ଶେଷ ହେବ। ଏହି ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବା ପାଇଁ ବିରୋଧୀ ଦଳମାନଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ। ଏନେଇ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ୨୧ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ରେ ଶ୍ରୀନଗରରେ ଶେଷ ହେବ। ତେଣୁ ଏଥିରେ ଯୋଗ ଦେଇ ଏହାକୁ ସଫଳ କରିବାକୁ ଶ୍ରୀ ଖଡ଼ଗେ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି।

 

SBI AD