କରୋନାରେ ତିର୍ତ୍ତୋଲର କଂଗ୍ରେସ ନେତା ଦେବୀ ପ୍ରସାଦ ମଲ୍ଲିକଙ୍କ ପରଲୋକ

ଭୁବନେଶ୍ୱର,୨୧/୬: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଏକମାତ୍ର ପୁତ୍ର ତଥା କଂଗ୍ରେସ ନେତା ଦେବୀ ପ୍ରସାଦ ମଲ୍ଲିକ ଆଜି ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ୫୭ବର୍ଷ ବୟସରେ କରୋନାରେ ପରଲୋକ ହୋଇଛି। ଓଡ଼ିଶା ଜଳ ବିଦ୍ୟୁତ୍ ନିଗମରେ ଲୋକ ସମ୍ପର୍କ ନିର୍ଦେଶକ ଥିବା ସ୍ୱର୍ଗତ ମଲ୍ଲିକ ୨୦୧୮ ମସିହାରେ କାର୍ଯ୍ୟରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଏହାପରେ ସେ ୨୦୧୯ରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଅତ୍ୟନ୍ତ ଭଦ୍ର, ନମ୍ର ଓ ବନ୍ଧୁବତ୍ସଳ ଭାବରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସେ ଆଦୃତ ହୋଇପାରିଥିଲେ। ସ୍ୱର୍ଗତ ମଲ୍ଲିକଙ୍କର ଦୁଇପୁତ୍ର, ସ୍ତ୍ରୀ ଓ ମାଆ ଅଛନ୍ତି। ଏଭଳି ଶୋକାକୁଳ ପରିସ୍ଥିତିରେ ସେମାନେ ଭାଙ୍ଗି ପଡ଼ିଛନ୍ତି। ସମସ୍ତ ପରିବାର କୋଭିଡ଼ ଦ୍ୱାରା ଆକ୍ରାନ୍ତ ଏବଂ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।