ରାମ ମନ୍ଦିର ଦାନ ଟଙ୍କା ଚୋରି ମାମଲାରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲନ୍ତୁ : କଂଗ୍ରେସ

ନୂଆଦିଲ୍ଲୀ, ୨୬/୦୯ : ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ଟଙ୍କା ହେରଫେର ଓ ଚୋରି ଅଭିଯୋଗକୁ ନେଇ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛି କଂଗ୍ରେସ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ମୁଁହ ଖୋଲନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଯଦି ପ୍ରଧାନମନ୍ତ୍ରୀ ମୁହଁ ନ ଖୋଲନ୍ତି, ତେବେ ଚୋରମାନଙ୍କୁ ତାଙ୍କର ସୁରକ୍ଷା ରହିଛି ବୋଲି ଧରିନିଆଯିବ ବୋଲି ଦଳ କହିଛି । ଏହି ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ତଥା ସ୍ୱଚ୍ଛ ତଦନ୍ତ କରାଯିବାକୁ କଂଗ୍ରେସ ଦାବି କରିଛି ।