ଭୁବନେଶ୍ୱର, ୧୪/୦୪ : ନେହରୁଙ୍କୁ ପାଣ୍ଡିଆନ ସହ ତୁଳନା ପ୍ରସଙ୍ଗକୁ ନେଇ ବିଜେଡି ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସାତ ଦିନ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କଂଗ୍ରେସକୁ କ୍ଷମା ମାଗନ୍ତୁ । ବିଜେଡିର ଗୋଟେ ନୌକର ନେହରୁଙ୍କୁ ପାଣ୍ଡିଆନଙ୍କ ସହ ତୁଳନା କଲେ । ଏହାକୁ କଂଗ୍ରେସ ଗ୍ରହଣ କରିପାରିବନି । ପାଣ୍ଡିଆନଙ୍କ ଗୁଲାମ ନେହରୁଙ୍କ ବାବଦରେ କହିଲେ, ସେ କିଏ…ଗୁଲାମ ହୋଇ ଟିକେଟ୍ ପାଇଥିଲେ ହାରିଲେ ବୋଲି କଟାକ୍ଷ କରି କହିଛନ୍ତି ଭକ୍ତ ଦାସ । କହିଛନ୍ତି,ପାଣ୍ଡିଆନଙ୍କ ଗୁଲାମ ହେଉଛନ୍ତି ନବୀନ ବାବୁ । ସଂତ୍ରୁପ୍ତ ମିଶ୍ର ମଧ୍ୟ ପାଣ୍ଡିଆନଙ୍କ ଗୁଲାମ । ନବୀନ ବାବୁଙ୍କ ପାୱାରରେ ନେହରୁଙ୍କ ସହିତ ତୁଳନା କରିଛନ୍ତି ସନ୍ତୃପ୍ତ । ୭ ଦିନ ସମୟ ଦିଆଯାଉଛି ଯଦି ଏହା ଭିତରେ ନବୀନ ବାବୁ ଭୁଲ୍ ନମାଗିଲେ ନବୀନ ନିବାସ ଘେରିବ କଂଗ୍ରେସ ।