ଭୁବନେଶ୍ୱର, ୩୦/୦୭ : ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ୩ଟି ଜିଲ୍ଲାର ୮ ବ୍ଲକ ପ୍ରଭାବିତ ହୋଇଛି। ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ଅଞ୍ଚଳ , ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହୋଇଛି। ସେହିପରି ଯାଜପୁର ଜିଲ୍ଲାର ଦଶରଥପୁର ଓ ଯାଜପୁର ବ୍ଲକ ପ୍ରଭାବିତ ହୋଇଛି । ୮ଟି ବ୍ଲକର ୮୧ ଗାଁ ଓ ପାଖାପାଖି ୩୦ ହଜାର ଲୋକ ପ୍ରଭାବିତ ହୋଇଛି। କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଆହୁରି ୭ ଦିନ ରନ୍ଧା ଖାଦ୍ୟ ଦିଆଯିବ। ଘର, ରାସ୍ତା ଏବଂ ବ୍ରିଜ କ୍ଷତିପୂରଣ ରିପୋର୍ଟ ଦେବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ବାଲେଶ୍ବର ୪ଟି ବ୍ଲକ, ଭଦ୍ରକର ୨ଟି ବ୍ଲକ, ଯାଜପୁର ୨ଟି ବ୍ଲକ ପ୍ରଭାବିତ ହୋଇଛି ।
