ନୂଆଦିଲ୍ଲୀ : କରୋନା କଟକଣା ମଧ୍ୟରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଉତ୍ତରାଖଣ୍ଡର କର୍ବେଟ୍ ପାର୍କ। ମହାମାରୀ କରୋନା କଟକଣା ପାଇଁ ଗତ ମେ ମାସରୁ ବନ୍ଦ ଥିବା କର୍ବେଟ ପାର୍କ ମଙ୍ଗଳବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ କର୍ବେଟ ପ୍ରଶାସନ କିଛି ଦିନ ପୂର୍ବରୁ ୬୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ଦ୍ଵାରା କରାଯାଇଥିବା ବୁକିଂ ଫି ଫେରାଇ ଦେଇଥିଲା। ପ୍ରାୟ ଏକ କୋଟି ଟଙ୍କା ଫେରସ୍ତ କରାଯାଇଥିଲା। ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ପୁଣି ଥରେ କର୍ବେଟ ପାର୍କ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ସୂଚନାନୁଯାୟୀ, ପର୍ଯ୍ୟଟକମାନେ ପାର୍କର ଢେଲା, ଝିରନା, ବିଜରାନୀ ଏବଂ ଗର୍ଜିଆ ଅଞ୍ଚଳରେ ବୁଲିପାରିବେ। ପୂର୍ବ ବ୍ୟବସ୍ଥା ଅନୁସାରେ ପର୍ଯ୍ୟଟକମାନେ ସଫାରୀ କରିପାରିବେ। ପର୍ଯ୍ୟଟକମାନେ କୋଭିଡ ଗାଇଡଲାଇନ୍ ଅନୁପାଳନ କରିବାକୁ ପଡିବ।