ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଅଫ୍ଲାଇନ୍ ମୋଡରେ ପରୀକ୍ଷା ବିପଦକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ପରୀକ୍ଷା କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସୋମବାର ବିଭାଗୀୟ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉଚ୍ଚ ଶିକ୍ଷା ବିଭାଗ ଅଧୀନ ସବୁ ବିଶ୍ୱବିଦ୍ୟାଳୟ ଏବଂ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ୟୁଜି ଏବଂ ପିଜି ପରୀକ୍ଷା ଜୁଲାଇ କିମ୍ବା ଅଗଷ୍ଟ ମାସରେ କରିବାକୁ ନିଷ୍ପତ୍ତି ହୋଇଛି । ସେପଟେ ପରୀକ୍ଷା ତାରିଖ ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ହୋଇନଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସ୍ୱଂୟଶାସିତ ମହାବିଦ୍ୟାଳୟ ଏନେଇ ନିଷ୍ପତ୍ତି ନେବ ।
ସୂଚନାନୁଯାୟୀ , ସେହିପରି ବ୍ୟାକ୍ ପେପର ପିଲାଙ୍କ ପରୀକ୍ଷା ମଧ୍ୟ ଅନ୍ଲାଇନ୍ରେ ଜୁଲାଇ ଏବଂ ଅଗଷ୍ଟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଘରେ ରହି ଅନ୍ଲାଇନ୍ରେ ପରୀକ୍ଷା ଦେବେ । ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ ସେଇ ସୁବିଧା ଉପଲବ୍ଧ ନାହିଁ ସେମାନେ ସାଇବର କାଫେ୍ କିମ୍ବା ନିକଟସ୍ଥ କଲେଜର ପରୀକ୍ଷା ଦେବା ପାଇଁ କୁହାଯାଇଛି । ପରୀକ୍ଷା ନିୟମାବଳୀ ବିଷୟରେ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ । ଏହାସହ ଜୁଲାଇ ୧୫ରୁ ୩୦ ତାରିଖ ସୁଦ୍ଧା କୋର୍ସ ସାରିବା ସହ ଡାଉଟ୍ କ୍ଲଅର କ୍ଲାସ କରିଯିବ । ସେପଟେ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏବଂ କଲେଜ ୱେବସାଇଟ୍ରେ ଫୋନ୍ ନମ୍ବର ଅପ୍ଲୋଡ୍ ନ କରିବାକୁ ପରାମର୍ଶ ଦିଆଯାଇଛି ।