ଧନିଆ ପତ୍ର ଖାଇବା ଦ୍ୱାରା ଶରୀରକୁ ଏହି ସବୁ ଲାଭ ମିଳିଥାଏ – ଆସନ୍ତୁ ଜାଣିବା ….

ଓଡିଶା ଖବର : ଧନିଆପତ୍ର କେବଳ ଯେ ଖାଦ୍ୟର ସ୍ୱାଦ ବଢ଼ାଇ ଥାଏ ତାହା ନୁହେଁ, ଏଥିରେ ସିଲାଣ୍ଟ୍ରୋ ମାଙ୍ଗାନିଜ, ଡାଇଟାରି ଫାଇବର, ମାଗ୍ନେସିୟମ, ଆଇରନ, ଭିଟାମିନ୍‌ ସି, ଭିଟାମିନ୍‌ କେ ଏବଂ ପୁଷ୍ଟିସାର ଭରି ରହିଛି। ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

୧. ଧନିଆ ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଫୁସଫୁସ ଏବଂ ଦାନ୍ତଗହ୍ଵର କର୍କଟ ପାଇଁ ଉପାଦେୟ ଅଟେ। ଧନିଆପତ୍ର ପାଟିରେ ହୋଇଥିବା ଘା’କୁ ମଧ୍ୟ ଭଲ କରି ଦେଇଥାଏ। କେବଳ ଏତିକି ନୁହେଁ ଏହା ଦୃଷ୍ଟିଶକ୍ତିକୁ ମଧ୍ୟ ପ୍ରଖର କରିଥାଏ। ଧନିଆପତ୍ର ଖାଇବା ଦ୍ଵାରା ଆଖିଧରାରୁ ଉପଶମ ମିଳିଥାଏ।

୨..ଯେଉଁ ମହିଳାମାନଙ୍କର ମାସିକ ଧର୍ମରେ ଅନିୟମିତତା ରହିଥାଏ ସେମାନଙ୍କ ପାଇଁ ଧନିଆ ପତ୍ର ରାମବାଣ ସଦୃଶ୍ୟ ହୋଇଥାଏ। ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

୩. ଧନିଆପତ୍ର ହାନିକାରକ କୋଲେଷ୍ଟ୍ରୋଲର ମାତ୍ରାକୁ କମ୍‌ କରି ଲାଭଦାୟକ କୋଲେଷ୍ଟ୍ରୋଲର ମାତ୍ରାକୁ ବଢ଼ାଇଥାଏ । ଏଥିସହିତ ଏହା ହଜମ ପ୍ରକ୍ରିୟାପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଧନିଆଁପତ୍ର ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ଶରୀରରୁ ଇନସୁଲିନ କ୍ଷରଣକୁ ଉତ୍ତେଜିତ କରିଥାଏ ଏବଂ ବ୍ଲଡ୍‌ ସୁଗାର ମାତ୍ରାକୁ କମ୍‌ କରିଥାଏ। ଏହା ସ୍ନାୟୁଗତ ସମସ୍ୟା ପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ। ଏହା ସ୍ମରଣଶକ୍ତି ବଢ଼ାଇଥାଏ।

୪.ଧନିଆପତ୍ର ଏନିମିଆ ଭୋଗୁଥିବା ରୋଗୀମାନଙ୍କ ପାଇଁ ଉତ୍କୃଷ୍ଟ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌ ଥାଏ ଯାହା ଏନିମିଆକୁ ଦୂର କରିଥାଏ।