ଜଗନ୍ନାଥଙ୍କ ରଥଯାତ୍ରାକୁ କରୋନା କିଛି କରିପାରିବ ନାହିଁ – ସୁର ରାଉତରାୟ

ଭୁବନେଶ୍ୱର, ୧୨/୬: ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ପ୍ରଶ୍ନର ଉତ୍ତର ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ମନ୍ଦିର ମୂଖ୍ୟ ପ୍ରଶାସକ, ମୁଖ୍ୟ ଶାସନ ସଚିବ, ସେବାୟତ, ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି ।

ରଥଯାତ୍ରା କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । କଡା କଟକଣା ମଧ୍ୟରେ ରଥ ଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଅପିଲ । ଜଗନ୍ନାଥଙ୍କ ରଥଯାତ୍ରାକୁ କୋରୋନା କିଛି କରିପାରିବ ନାହିଁ । ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ । ମୋର ଆଶା ରଥଯାତ୍ରା ସମ୍ପର୍କରେ ସରକାର ଖୁବ ଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।