ନୂଆଦିଲ୍ଲୀ ,୭/୬: ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଆଜି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬,୯୨୯ରେ ପହଞ୍ଚି ଥିବା ବେଳେ ଦିନକରେ ୯,୯୭୧ ଜଣ ଆକ୍ରାନ୍ତ ଓ ୨୮୭ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ୧ ଲକ୍ଷ ୨୦ ହଜାର ୪୦୬ ଥିବାବେଳେ ୧ ଲକ୍ଷ ୧୯ ହଜାର ୨୯୩ ଆରୋଗ୍ୟ ଲାଭ କରିଛନ୍ତି।