ନୂଆଦିଲ୍ଲୀ, ୩୧ /୧୨ : କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଗତ ୨୪ ଘଣ୍ଟାରେ ୭ ଲକ୍ଷ ୬୦ ହଜାର ୭୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ ବିଶ୍ୱରେ ମୋଟ ସଂକ୍ରାମିତଙ୍କ ସଂଖ୍ୟା ୮ କୋଟି ୩୦ ଲକ୍ଷ ୪୩ ହଜାର ୭୦୯ ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ୧୮ ଲକ୍ଷ ୧୦ ହଜାର ୯୨୫ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୮୮ ଲକ୍ଷ ୫୦ ହଜାର ୮୯୬ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୨୩ ଲକ୍ଷ ୮୧ ହଜାର ୮୮୮ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୬୦୪ ହେଉଛନ୍ତି ଗୁରୁତର ରୋଗୀ ।