ନୂଆଦିଲ୍ଲୀ, ୧୧/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୧୭ ଲକ୍ଷ ୯୧ ହଜାର୨୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୨ ଲକ୍ଷ ୭୮ ହଜାର ୪୬୦ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୬୩ ଲକ୍ଷ ୬୪ ହଜାର ୯୩୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୪୧ ଲକ୍ଷ ୪୭ ହଜାର ୯୦୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୪ ହଜାର ୮୦୬ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୫୭ ହଜାର ୭୬୭ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୪୫ ହଜାର ୭୮୫ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୫ ଲକ୍ଷ ୯୬ ହଜାର ୭୭୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭ ଲକ୍ଷ ୧୫ ହଜାର ୨୧୨। ଏଥିରୁ ୧୯ ହଜାର ୨୬୫ ଜଣ ଗୁରୁତର ଅଛନ୍ତି ।