ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୮୩ ଲକ୍ଷ ୯୩ ହଜାର ୯୪ ଜଣ , ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୪୫୨

ନୂଆଦିଲ୍ଲୀ,୧୮/୬: ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଲାଗି ବିଶ୍ୱରେ ୪ ଲକ୍ଷ ୫୦ ହଜାର ୪୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ମାରାତ୍ମକ ଭାଇରସରେ ଗୁରୁବାର ସକାଳ ସାଢ଼େ ୬ଟା ଯାଏଁ ୮୩ ଲକ୍ଷ ୯୩ ହଜାର ୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରୁ ୪୪ ଲକ୍ଷ ୯ ହଜାର ୨୦୬ ଜଣ ସୁସ୍ଥ ହୋଇଛନ୍ତି । ଆହୁରି ୩୫ ଲକ୍ଷ ୩୩ ହଜାର ୪୩୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ମୋଟ ୫୪ ହଜାର ୪୫୧ ଜଣ ଗୁରୁତର ଅଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୨୨ ଲକ୍ଷ ୩୪ ହଜାର ୪୭୧ ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରୁ ୧ ଲକ୍ଷ ୧୯ ହଜାର ୯୪୧ ଜଣଙ୍କର ମୃତ୍ୟୁ ହୋଇଛି ।