ଉତ୍ତରାଖଣ୍ଡରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଆହତ: ସାମ୍ନାକୁ ଆସିଲା CCTV ଫୁଟେଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଋଷଭ ପନ୍ତ ନିଜ କାରରେ ଦିଲ୍ଲୀରୁ ଘରକୁ ଫେରୁଥିବା ବେଳେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଋଷଭଙ୍କୁ ଦେହରାଡୁନ୍ ରେଫର୍ କରାଯାଇଛି। ସେଠାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ। ଋଷଭ ପନ୍ତଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ସିଏମ୍ ଧାମି କାମନା କରିଛନ୍ତି ।

ବର୍ତ୍ତମାନ ଋଷଭ ପନ୍ତଙ୍କ କାର ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ପନ୍ତଙ୍କ କାର କେଉଁଭଳି ଭାବେ ଯାଇ ଡିଭାଇଡରରେ ପିଟି ହୋଇଥିଲା ତାହା ଦେଖିବାକୁ ମିଳିଛି । ଘରକୁ ଫେରୁଥିବା ବେଳେ ଋଷଭ ପନ୍ତଙ୍କ କାର ଡିଭାଇଡର ସହିତ ଧକ୍କା ହୋଇଥିଲା । ଏହା ପରେ କାରଟିରେ ନିଆଁକୁ ନିଆଁ ଲାଗିଯାଇଥିଲା, କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଯେ ଋଷଭ ପନ୍ତ ବର୍ତ୍ତମାନ ଠିକ୍ ଅଛନ୍ତି ।

ଏହି ସମୟରେ ଉତ୍ତରାଖଣ୍ଡର ଡିଜିପି କହିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତ ଆହତ ହୋଇଥିଲେ ଏବଂ ତାଙ୍କ କାର ଏକ ଡିଭାଇଡରକୁ ଧକ୍କା ଦେଇଥିଲା । ଏହା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା ଏବଂ ପନ୍ତ କାର୍‌ର ଝରକା ଭାଙ୍ଗି ବାହାରକୁ ଆସିଥିଲେ । ଦୁର୍ଘଟଣା ସମୟରେ ସେ କାରରେ ଏକୁଟିଆ ଥିଲେ ।

ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ ଶରୀରରେ ଅଧିକ ଆଘାତ ନାହିଁ କିନ୍ତୁ ଗୋଟିଏ ଗୋଡରେ ଫାଟିଯିବାର ସମ୍ଭାବନା ଅଛି । ତାଙ୍କୁ ଡେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସକାଳ ପ୍ରାୟ ସାଢେ ୫ଟା ସମୟରେ ଋଷଭଙ୍କ କାର୍ କୋଟୱାଲୀ ମାଙ୍ଗାଲୋର ଅଞ୍ଚଳ ଅନ୍ତର୍ଗତ ମହମ୍ମଦପୁର ଜାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଆହତ ଋଷଭ ପନ୍ତଙ୍କ ବିବୃତ୍ତି ଅନୁଯାୟୀ, ତାଙ୍କ ଆଖି ଲାଗି ଯିବାରୁ, କାର୍‌ର ସନ୍ତୁଳନ ହରାଇଥିଲେ । ପରେ କାରଟି ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ କାରରେ ନିଆଁ ଲାଗି ଯାଇଥିଲା ।

SBI AD