କାରଦାତାମାନଙ୍କ ପାଇଁ ଖୁସି ଖବର:  ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ହେଉଥିଲେ ଦେବେନାହିଁ ଟାକ୍ସ

0

ନୂଆଦିଲ୍ଲୀ: ବଜେଟ୍ ୨୦୨୩ ରେ କେନ୍ଦ୍ର ସରକାର କରଦାତାଙ୍କୁ ଭଲ ଖବର ଦେଇପାରନ୍ତି । ଆଶା କରାଯାଉଛି ଯେ, ସରକାର ଆଗାମୀ ବଜେଟ୍‌ରେ ଆୟକର ଛାଡ଼ର ସୀମା ବଢାଇ ପାରନ୍ତି । ଯଦି ସରକାର ଏପରି କରନ୍ତି ତେବେ ମଧ୍ୟମ ବର୍ଗ ପାଇଁ ଏହା ବହୁତ ବଡ଼ ଖବର ହେବ । ଶେଷ ଥର ୨୦୧୪ରେ ଆୟକର ସୀମା ପରିବର୍ତ୍ତନ କରାଯାଇଥିଲା । ସେତେବେଳେ ଏହାକୁ ୨ ଲକ୍ଷରୁ ୨.୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ଏହାପରେ ଗତ ୯ ବର୍ଷରେ ଆୟକର ସୀମା ବୃଦ୍ଧି କରାଯାଇ ନାହିଁ । ଯେଉଁଥିପାଇଁ ଚାତକ ପରି ଚାହିଁ ରହିଛନ୍ତି କରଦାତା ।

ଯଦି ଆପଣ ଭାରି ଇନକମ ଟାକ୍ସ ଦେଇ ଟେନସନ ହୋଇଗଲେଣି ତେବେ ଆଉ ବ୍ୟସ୍ତ ନାହିଁ। ସରକାର ଆଣିଛନ୍ତି ଆପଣଙ୍କ ପାଇଁ ଖୁସି ଖବର। ଏଥର କେନ୍ଦ୍ର ସରକାର ଟାକ୍ସ ଦେବାକୁ ନେଇ ବଡ଼ ନିୟମ ଆଣିବେ। ଯାହାର ପ୍ରଭାବ ପ୍ରତ୍ୟେକ କରଦାତାଙ୍କ ଉପରେ ପଡ଼ିବ।

ବଜେଟ୍ ୨୦୨୩ ରେ କେନ୍ଦ୍ର ସରକାର କରଦାତାଙ୍କୁ ଭଲ ଖବର ଦେଇପାରନ୍ତି । ସରକାର ଆଗାମୀ ବଜେଟ୍‌ରେ ଆୟକର ଛାଡ଼ର ସୀମା ବଢାଇ ପାରନ୍ତି । ୨୦୧୪ରେ ଶେଷ ଥର ଆୟକର ସୀମା ପରିବର୍ତ୍ତନ କରାଯାଇଥିଲା । ସେତେବେଳେ ଏହାକୁ ୨ ଲକ୍ଷରୁ ୨.୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ଏହାପରେ ଗତ ୯ ବର୍ଷରେ ଆୟକର ସୀମା ବୃଦ୍ଧି କରାଯାଇ ନାହିଁ । ଯେଉଁଥିପାଇଁ ପ୍ରତ୍ୟେକ ଟାକ୍ସଦାତା ଏହି ଖବର କୁ ଅପେକ୍ଷା କରିଛନ୍ତି ।

ଖବର ଅନୁସାରେ ୨୦୨୩-୨୪ ବଜେଟ୍‌ରେ ସରକାର ଆୟକର ସୀମାକୁ ୨.୫ ଲକ୍ଷରୁ ବୃଦ୍ଧି କରି ୫ ଲକ୍ଷ କରିପାରନ୍ତି । ଯଦି ଆପଣଙ୍କ ବାର୍ଷିକ ଇନକମ ୫ଲକ୍ଷ ଟଙ୍କା ତେବେ ଆପଣଙ୍କୁ କୌଣସି ଟାକ୍ସ ଆଉ ଦେବାକୁ ପଡ଼ିବ ନାହିଁ।

୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ଏହା ମୋଦୀ ସରକାରଙ୍କ ଏହା ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ଫୁଲ ବଜେଟ ହେବ, ଯାହାକୁ ନେଇ ବଡ଼ ମନ୍ତବ୍ୟ ରଖିବେ ବିତ୍ତ ମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ ।

ଯଦି ସ୍ଲାବ ପରିବର୍ତ୍ତନ କରି ଆୟକର ସୀମା ବୃଦ୍ଧି କରାଯାଏ ତେବେ ସର୍ବାଧିକ ଲାଭ ସରକାରୀ ଚାକିରିଆ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହେବ । ଯଦି ଆୟକର ଛାଡ଼ ସୀମା ବୃଦ୍ଧି କରାଯାଏ ତେବେ ସାଧାରଣ ଲୋକଙ୍କ ହାତରେ ଅଧିକ ଟଙ୍କା ରହିବ । ଏହା ମଧ୍ୟ ସେମାନଙ୍କର ଖର୍ଚ୍ଚକୁ ବଢାଇବ । ବର୍ତ୍ତମାନ ୨.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ପ୍ରଦାନ କରାଯାଉ ନାହିଁ । ୬୦-୮୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ୩ ଲକ୍ଷ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ମୁକ୍ତ ରହିଛି ।

SBI AD
Leave A Reply

Your email address will not be published.