ଦୋଷୀ ସାବ୍ୟସ୍ତ ହେଲେ ଅତିକ୍‌ : ହୋଇପାରେ ୭ ବର୍ଷ ଜେଲ୍‌

ଲକ୍ଷ୍ନୌ : ବିଏସପି ବିଧାୟକ ରାଜୁ ପଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପଲ ୨୦୦୬ ମସିହାରେ
ଅପହରଣ ମାମଲାରେ ଉତ୍ତରପ୍ରଦେଶର ପ୍ରୟାଗରାଜ କୋର୍ଟ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ୍‌ ଅହମ୍ମଦ, ତାଙ୍କ ଭାଇ ଖାଲିଦ ଆଜିମ ଏବଂ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଏସପି ବିଧାୟକ ରାଜୁ ପଲ୍‌ଙ୍କ ହତ୍ୟା ପରେ ତତ୍କାଳୀନ ଜିଲା ପଞ୍ଚାୟତ ସଦସ୍ୟ ଉମେଶ ପଲ୍‌ ଏହି ହତ୍ୟାକାଣ୍ଡର ସାକ୍ଷୀ ବୋଲି ପୁଲିସକୁ କହିଥିଲେ।

ଉମେଶ ପଲ୍‌ ଅଭିଯୋଗ କରିଥିଲେ ଯେ ସାକ୍ଷୀ ନଦେବାକୁ ତାଙ୍କୁ ଅତିକ୍‌ ଚାପ ପକାଇଥିଲେ। ମାତ୍ର ସେ ପଛକୁ ହଟିବାକୁ ମନା କରି ଦେଇଥିଲେ। ପରେ ତାଙ୍କୁ ୨୦୦୬ ମସିହା ଫେବ୍ରୁଆରି ମାସରେ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ତାପରେ ୨୦୦୭ ମସିହା ଜୁଲାଇ ୫ ତାରିଖରେ ତାଙ୍କ ଭାଇ ଅହମ୍ମଦ ଏବଂ ଚାରି ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା।

ଫେବ୍ରୁଆରି ୨୪ରେ ଉମେଶ ପଲ୍‌ଙ୍କୁ ତାଙ୍କ ପ୍ରୟାଗରାଜ ବାସଭବନ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରାଫ ଏକ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସେହିଦିନରୁ ସେ ୨ ଜଣ ଜେଲ୍‌‌ରେ ଥିଲେ।