ଭୁବନେଶ୍ୱର, ୦୭/୦୮ : ଉତ୍ତର ଓଡ଼ିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । ଗତକାଲିଠୁ କଟକ-ଭୁବନେଶ୍ୱର ଟୁଇନ ସିଟିରେ ଝିପି ଝିପି ବର୍ଷା ଲାଗି ରହିଛି । ସେପଟେ ଆଜି ସକାଳ ସାଢ଼େ ୮ଟା ଯାଏଁ ମୟୂରଭଞ୍ଜ ଓ କଟକ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଏହାସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଓ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ଝଟକା ପବନ ବହିପାରେ ।