ଦମାସକସ୍‌ର କ୍ୟାଫେରେ ଭୟଙ୍କର ବିସ୍ଫୋରଣ , ୯ ମୃତ ଓ ୨୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ, ୦୩/୦୭ : ସିରିଆର ରାଜଧାନୀ ଦମାସକସ୍କରେ ଏକ ବ୍ୟସ୍ତବହୁଳ କ୍ୟାଫେରେ ହଠାତ୍ ଘଟିଛି ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣର ପ୍ରଭାବ ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ପ୍ରାଣହାନି ଘଟିଛି । ଏହାସହ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଓ ସୁରକ୍ଷାକର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି ।