ନୂଆଦିଲ୍ଲୀ, ୦୭/୧୧ : ଦୀପାବଳି ପୂର୍ବରୁ ଦେଶର ରାଜଧାନୀରେ ସାଂଘାତିକ ପ୍ରଦୂଷଣ । ଦିଲ୍ଲୀ ଏନ୍ସିଆର୍ରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ସଂକଟଜନକ ରୂପ ଧାରଣ କରିଛି। ବାୟୁର ଗୁଣବତ୍ତା ଉଦ୍ବେଗଜନକ ଭାବେ ହ୍ରାସ ପାଇବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏଠାରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ ବା ଗ୍ରାପ୍ର ତୃତୀୟ ପର୍ଯ୍ୟାୟ ବା ‘ଗ୍ରାପ୍-୩’ କଟକଣା ଲାଗୁ କରାଯାଇଛି । ‘କମିସନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ’ ବା ସିଏକ୍ୟୁଏମ ସବ୍-କମିଟି ପକ୍ଷରୁ ଶୁକ୍ରବାର ଦିନ ଏହି ନିଷ୍ପତ୍ତି ନିଆଯାଇଛି ।