ଆସନ୍ତାକାଲି ଜନ୍ତରମନ୍ତରରେ ସିଜେପି କରିବ ବିକ୍ଷୋଭ: ୨୩୦୦୦ ହଜାର ଫୋର୍ସ ମୁତୟନ

ନୂଆଦିଲ୍ଲୀ, ୦୯/୧୦ : କକ୍ରୋଚ ଜନତା ପାର୍ଟୀ ଆସନ୍ତାକାଲି ଦିଲ୍ଲୀ ଜନ୍ତରମନ୍ତରେ ଆନ୍ଦୋଳନର ଡାକରା ଦେଇଛି । ସିଜେପିର ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଏସ୍ଆଇଆର୍ ପ୍ରକ୍ରିୟା ବିରୋଧରେ ସିଜେପି ଆନ୍ଦୋଳନର ଡାକ୍ତରା ଦେଇଛି । ପୁଣି ଥରେ ଜନ୍ତରମନ୍ତରରେ ଶତାଧିକ ସମର୍ଥକ ଭିଡ଼ ଜମିବାର ଆଶଙ୍କା ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେପଟେ ଦିଲ୍ଲୀରେ ଧାରା ୧୬୩ ଲାଗୁ କରାଯାଇଛି । ଦିଲ୍ଲୀରେ ୫୨ ମେଟ୍ରୋ ଷ୍ଚେସନ ବନ୍ଦ କରାଯାଇଛି । ଏହା ସହିତ ୨୩,୦୦୦ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦିଲ୍ଲୀରେ ସିଜେପିର ଆନ୍ଦୋଳନକୁ ଦୃଷ୍ଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜନ୍ତରମନ୍ତରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ବ୍ୟାରିକେଡ୍ ଲଗାଯାଇଛି । ଦିଲ୍ଲୀର ସମସ୍ତ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ନିଜ ନିଜ ଅଞ୍ଚଳର ମନ୍ଦିର ଓ ମସଜିଦ୍ ଭଳି ସ୍ଥାନ ପରିଦର୍ଶନ କରନ୍ତୁ, ଲୋକଙ୍କ ସହ ସାକ୍ଷାତ କରନ୍ତୁ ଏବଂ ସେମାନଙ୍କୁ ଜନ୍ତର ମନ୍ତର ଯିବା କିମ୍ବା କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ନ ହେବାକୁ ଅନୁରୋଧ କରନ୍ତୁ।