ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ଟିକେଟ୍‌ ଦେଲା ବିଜେଡି

ଭୁବନେଶ୍ବର,୩୧/୩ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ବିଜୁ ଜନତା ଦଳ (ବିଜେଡି) ପ୍ରଥମ ଦଳ ଭାବେ ନିଜର ପ୍ରାର୍ଥୀ ଘୋଷଣା କରିଛି। ସ୍ବର୍ଗତ ସ୍ବାସ୍ବ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୀପାଳି ଦାସଙ୍କୁ ଟିକେଟ୍‌ ମିଳିଥିବା ନେଇ ଶୁକ୍ରବାର ପ୍ରକାଶ କରିଛନ୍ତି । ବିଜେଡିର ପ୍ରାର୍ଥୀ ଘୋଷଣା ହେଲା ପରେ ଖୁବ ଶୀଘ୍ର ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଶା କରାଯାଉଛି।

ସ୍ବର୍ଗତ ନବ ଦାସଙ୍କ ମୃତ୍ୟୁ ପରେ ଗତ ଜାନୁଆରି ୨୯ ତାରିଖଠାରୁ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି। ନିର୍ବାଚନ କମିସନ ପକ୍ଷରୁ ଗତ ୨୯ ତାରିଖରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ଏଠାରେ ଆସନ୍ତା ମେ’ ୧୦ରେ ମତଦାନ ହେବ। ୧୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

SBI AD