ଢେଙ୍କାନାଳରେ ସେକ୍ସ ରାକେଟ୍‌ ଠାବ : ଘର ମାଲିକ ଗିରଫ, ଦୁଇ ଯୁବତୀ ଉଦ୍ଧାର

0

ଢେଙ୍କାନାଳ ୯/୦୪ : ଏକ ସେକ୍ସ ରାକେଟ୍‌ ଠାବ କରିଛି ଢେଙ୍କାନାଳ ପୁଲିସ । ଏଠାରେ ଦେହ ବେପାର ଚଳାଉଥିବା ଘର ମାଲିକଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ। ଏହାଛଡ଼ା ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି।

କାଲଟାକ୍ସ ନିକଟରେ ଏକ ଘରେ ଦେହ ବେପାର ଚାଲିଥିବାର ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ କିଙ୍ଗପିନ୍ ଶିବାଜୀ ମହାନ୍ତିଙ୍କୁ ପୁଲିସ ଧରିଥିଲା। ତେବେ ଗ୍ରାହକମାନେ କୌଶଳକ୍ରମେ ବେଳେ ଖସିଯିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ଗୋଟିଏ କାର୍‌ ଜବତ କରାଯାଇଛି। ୨ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ। ଉଭୟଙ୍କ ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାଯାଇଛି। ପୂର୍ବରୁ ଶିବାଜୀ ମହାନ୍ତିଙ୍କୁ ପୁଲିସ ଧରିଥିଲା। ସେ ଜେଲ୍ ମଧ୍ୟ ଯାଇଥିଲା। ହେଲେ ଜାମିନରେ ଆସିବା ପରେ ପୁଣି ଦେହ ବେପାର ଚଳାଇଥିଲା। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।

SBI AD
Leave A Reply

Your email address will not be published.