ହିନ୍ଦୁ ଧର୍ମରେ ଗାଈକୁ ଉଚ୍ଚ ସ୍ଥାନ ଦିଆଯାଇଛି। ବିଶ୍ବାସ ରହିଛି ଯେ, ଗୋ-ମାତାଙ୍କ ଶରୀରରେ ୩୩ କୋଟି ଦେବତା ବାସ କରନ୍ତି। ତେଣୁ ଗୋ-ସେବା ଦ୍ବାରା ସମସ୍ତ ଦେବଦେବୀ ପ୍ରସନ୍ନ ହୋଇଥା’ନ୍ତି ଏବଂ ଜୀବନରେ ସୁଖ ସମୃଦ୍ଧି ଭରି ରହିଥାଏ।
* ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେଲେ ଦାରିଦ୍ର୍ୟତା ଦୂର ହୋଇଥାଏ। ଏପରିକି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଗାଈଙ୍କୁ ଖାଇବାକୁ ଦେଲେ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ନ ଥାଏ।
* ଜାତକରେ ମଙ୍ଗଳ ଦୋଷ ଥିଲେ, ଅନେକ ସମସ୍ୟା ଭୋଗ କରିବାକୁ ପଡ଼ିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ମଙ୍ଗଳବାର ଦିନ ଗୋ-ମାତାଙ୍କ ସେବା କରିବା ସହ ଗୁଡ଼ ଓ ଚଣା ଖାଇବାକୁ ଦିଅନ୍ତୁ।
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକରେ ବୁଧ ଗ୍ରହଙ୍କ ଖରାପ ପ୍ରଭାବ ଥିଲେ ବୁଧବାର ଦିନ ଗାଈକୁ ଘାସ ଖାଇବାକୁ ଦେଲେ ଦୋଷ ଖଣ୍ଡନ ହୋଇଥାଏ।
* ଗାଈ ବେକରେ ନିଶ୍ଚିତ ଭାବେ ଘଣ୍ଟି ବାନ୍ଧନ୍ତୁ। ଏହି ଘଣ୍ଟିର ଶବ୍ଦ ଦ୍ବାରା ବାତାବରଣ ଶୁଦ୍ଧ ରହିଥାଏ।
* ଶନିଙ୍କ କୋପଦୃଷ୍ଟିରୁ ସମସ୍ୟା ହେଉଥିଲେ, କଳା ରଙ୍ଗର ଗାଈକୁ ଖାଇବା ଦେବା ସହ ଏହାଙ୍କ ସେବା କଲେ ମୁକ୍ତି ମିଳିଥାଏ। ଏପରିକି ବ୍ରାହ୍ମଣଙ୍କୁ କଳା ରଙ୍ଗର ଗାଈ ଦାନ କଲେ ଶୁଭ ଫଳ ମିଳିଥାଏ।
* ପିତୃଦୋଷ ଦୂର କରିବା ପାଇଁ ଗୋ-ସେବା କରିବା ଆବଶ୍ୟକ। ଧଳାଗାଈକୁ ଖାଇବାକୁ ଦେଲେ ପିତୃଦୋଷ ଖଣ୍ଡିତ ହୋଇଥାଏ।
* କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଗାଈକୁ ଖାଇବା ଦେଲେ, ଯାତ୍ରା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି।