ବୈଶାଖ ଶୁକ୍ଳ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ। ଚଳିତ ବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ୍ ୨୨ରେ ପଡୁଛି। ଏହି ଦିନ ଲୋକେ ନିଜ ଘରେ ସୁନା-ରୂପା ଏବଂ ଅନ୍ୟ ମୂଲ୍ୟବାନ ଜିନିଷ କିଣନ୍ତି। ଯାହା ଦ୍ୱାରା ଅକ୍ଷୟ ତୃତୀୟା ଦିନ ଅର୍ଜିତ କରାଯାଇଥିବା ଧନ ଅକ୍ଷୟ ରହିବ। ଭଗବାନ ବିଷ୍ଣୁ ନାରଦଙ୍କୁ କହିଥିଲେ ଅକ୍ଷୟ ତୃତୀୟା ଦିନ ବ୍ୟକ୍ତି ଯେଉଁ କାର୍ଯ୍ୟ କରିବେ, ତାଙ୍କୁ ସେହିପରି ଫଳ ମିଳିବ ଏବଂ ତାହା ଅକ୍ଷୁର୍ଣ୍ଣ ରହିବ।
ଏହାର ବର୍ଣ୍ଣନା ପଦ୍ମ ପୁରାଣରେ ରହିଛି।
ଲୋକମାନେ ସେମାନଙ୍କର ସୁଖ, ସମୃଦ୍ଧି, ମହିମା, ଧନ ଏବଂ ସମ୍ପତ୍ତିରେ ବୃଦ୍ଧି ପାଇଁ ଅକ୍ଷୟ ତୃତୀୟା ଦିନ ଅନେକ ଉପାୟ କରନ୍ତି। କିନ୍ତୁ ଏହି ଦିନ କିଛି ଜିନିଷ ଅଛି ଯାହା କରିବା ଉଚିତ ନୁହେଁ। କାରଣ ଏହା ଦେବୀ ଲକ୍ଷ୍ମୀଙ୍କୁ କ୍ରୋଧିତ କରିପାରେ ଏବଂ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡିକ ବିଷୟରେ.
ଅକ୍ଷୟ ତୃତୀୟା ଦିନ କ’ଣ ନକରିବା ଉଚିତ୍ :
– ଅକ୍ଷୟ ତୃତୀୟା ଦିନ ମଦ,ମାଂସ, ପିଆଜ, ରସୁଣ ଆଦିର ସେବନ କରନ୍ତୁନି। ତାମାସିକ ବିଷୟ ବସ୍ତୁରୁ ଦୂରେଇ ରୁହନ୍ତୁ। ୭. ଅକ୍ଷୟ ତୃତୀୟା ଦିନ ପୂଜା ସମୟରେ ମାତା ଲକ୍ଷ୍ମୀଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁନି।
– ଅକ୍ଷୟ ତୃତୀୟା ଅବସରରେ ସୁନା କିଣିବାର ବିଧାନ ରହିଛି। କିନ୍ତୁ ଆପଣ ଏହି ଦିନ ଭୁଲରେ ପ୍ଲାଷ୍ଟିକ୍, ଆଲୁମିନିଅମ୍ କିମ୍ବା ଷ୍ଟିଲ୍ର ଜିନିଷ କିଣନ୍ତୁନି। ମାନ୍ୟତା ଅନୁଯାୟୀ, ଏହା ଉପରେ ରାହୁର ପ୍ରଭାବ ରହିଥାଏ। ଏହାଦ୍ୱାରା ଘରେ ନକରାତ୍ମକ ଏବଂ ଦାରିଦ୍ର୍ୟତା ଆସିଥାଏ।
-ଅକ୍ଷୟ ତୃତୀୟା ଦିନ ଲୋକଙ୍କୁ ଧନ କିମ୍ବା ଟଙ୍କା ଉଧାର ଦିଅନ୍ତୁନି। ଏହା କରିବା ଦ୍ୱାରା ଘରର ଲକ୍ଷ୍ମୀ ଛାଡି ଚାଲିଯାଆନ୍ତି।
-ଅକ୍ଷୟ ତୃତୀୟା ଦିନ ସୁନା ହଜିବା ଅଶୁଭ ହୋଇଥାଏ। ଏହା ଧନ ହାନିର ସଙ୍କେତ।
– ଅକ୍ଷୟ ତୃତୀୟା ଦିନ ପୂଜା ସ୍ଥାନ, ଆଲମାରୀ କିମ୍ବା ଧନ ରଖୁଥିବା ସ୍ଥାନରେ ମଇଳା କରନ୍ତୁନି। ଘରକୁ ଭଲଭାବରେ ସଫା ସୁତୁରା ରଖନ୍ତୁ।
– ଅକ୍ଷୟ ତୃତୀୟା ଦିନ ଚୋରୀ, ମିଛ, ଜୁଆ ଆଦି ଖରାପ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଏଥିରୁ ଅର୍ଜିତ ପାପ ଜାବନ ସାରା ରହିଥାଏ।
