ନୂଆଦିଲ୍ଲୀ,୨୧/୪ : ୧୫୫ଟି ଦେଶର ନଦୀରୁ ପାଣି ଆସି ଉତ୍ତର ପ୍ରଦେଶରେ ପହଞ୍ଚିଛି । ଉଜବେକିସ୍ତାନ, ପାକିସ୍ତାନ ଓ ଚୀନ ନଦୀରୁ ବି ପାଣି ଆସି ଆଜି ସକାଳେ ଅଯୋଧ୍ୟାରେ ପହଞ୍ଚିଛି । ଏପ୍ରିଲ ୨୩ ତାରିଖରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ପାଣିରେ ରାମ୍ ଲାଲାଙ୍କର ଜଳାଭିଶେକ କରିବେ।
ଦିଲ୍ଲୀ ବିଜେପି ନେତା ତଥା ପୂର୍ବତନ ବିଧାୟକ ବିଜୟ ଜୋଲ୍ଲୀ ସବୁ ଦେଶର ନଦୀ ଜଳ ସଂଗ୍ରହ କରି ୟୁପି ଆଣିଥିଲେ। ତାଞ୍ଜାନିଆ, ନାଇଜେରିଆ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ନେପାଳ, ଭୁଟାନ, ମାଲ୍ଦିପ୍ ଓ ବାଂଲାଦେଶ, ଅଣ୍ଟାର୍କକ୍ଟିକା, ସୁରୀନେମ୍, ୟୁକ୍ରେନ୍, ଋଷ, କଜଖସ୍ତାନ, କାନାଡ଼ା ଓ ତିବ୍ବତରୁ ନଦୀରୁ ପାଣି ଅଣାଯାଇଛି। ଏପ୍ରିଲ୍ ୨୩ ତାରିଖରେ ମଣିରାମ ଦାସ ଚାୱନୀ ଅଡିଟୋରିଆମ ସେଣ୍ଟରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଳାଭିଷେକ କରିବେ। ଯେଉଁ ଯେଉଁ ଦେଶରୁ ପାଣି ଆସିଛି ସେହିସବୁ ଦେଶର ଜାତୀୟ ପତାକା ଓ ଦେଶର ନା ଜଳପାତ୍ରରେ ଲେଖାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରେ ଦୂତାବାସ ମଧ୍ୟ ସହଯୋଗ କରିଛନ୍ତି।
