ଓଜନ ବୃଦ୍ଧି ଓ ପେଟ ବଢିବା ଅନେକ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ । ସଭିଏଁ ଇଚ୍ଛା କରିଥାଆନ୍ତି ବୃଦ୍ଧି ପାଉଥିବା ଓଜନକୁ ହ୍ରାସ କରିବା ସହ ପେଟ କମାଇବାକୁ । ଏହି କାରଣରୁ ବ୍ୟାୟାମ ଓ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଥାଏ ।
ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ସଠିକ୍ ସମୟରେ ଜଳଖିଆ, ଦିନ ସମୟର ଖାଦ୍ୟ ଓ ରାତ୍ରି ଭୋଜନ ନକରିବା ଓଜନ ବୃଦ୍ଧିର ମୁଖ୍ୟ କାରଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଭୋଜନ କରିବା ପରେ ଶରୀର ଯେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବ, ତାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ।
ମାତ୍ର ଭୋଜନ କରିବା ମାତ୍ରେ ତୁରନ୍ତ ଶୋଇବା ଦ୍ୱାରା ଫ୍ୟାଟ୍ଗୁଡିକ ପେଟ ଓ ଅଣ୍ଟା ପାଖରେ ଜମା ହୋଇ ରହିବାକୁ ଲାଗିଥାଏ । ଏହି କାରଣରୁ ଖାଇବାର ତୁରନ୍ତ ପରେ ଶୋଇବାକୁ ବାରଣ କରାଯାଇଥାଏ । ଶୋଇବାର ୨ ଘଣ୍ଟା ପୂର୍ବରୁ ଭୋଜନ କରିବା ଉଚିତ୍ ।
ଖାଦ୍ୟ ଖାଇବାର ତୁରନ୍ତ ପରେ ଶୋଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ । ରିପୋର୍ଟ ଅନୁଯାୟୀ, ସକାଳ ଜଳଖିଆର ସବୁଠାରୁ ଉତ୍ତମ ସମୟ ସକାଳ ୭ଟା, ଦିନ ବେଳା ଭୋଜନର ସଠିକ ସମୟ ୧୨ଟା୩୦,ରାତ୍ରି ଭୋଜନ ୭ଟା । ଏହି ସମୟରେ ୧୫ ରୁ ୨୦ ମିନିଟ ଅତିକ୍ରମ କଲେ ମଧ୍ୟ ଭୋଜନ ସଠିକ୍ ସମୟ ପାଇଁ ଗ୍ରହଣୀୟ ।