ଆପଣ ଜାଣିଛନ୍ତି କି ଆମ୍ବ ଖାଇଲେ ଆମ ଶରୀରକୁ କି ଉପକାର ମିଳିଥାଏ । ଆଜ୍ଞା ହଁ ଆମ୍ବ ଯେମିତି ପାଟିକୁ ସୁଆଦ ସେମିତି ଦେହକୁ ହିତ । ବତ୍ତର୍ମାନ ଆମ୍ବ ଋତୁ ଆସିଛି । ବଜାରରେ ପ୍ରବଳ ମାତ୍ରାରେ ଆମ୍ବ ବିକ୍ରି ମଧ୍ୟ ହେଉଛି । କେତେକ ଲୋକ ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କେତେକ ଲୋକ ଏହାକୁ ଜୁସ୍ କରି ପିଅନ୍ତି ।
ଆମ୍ବ କେବଳ ପାଟି ସୁଆଦ ପାଇଁ ନୁହେଁ, ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ । ଆମ୍ବ ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ । କମ୍ ବ୍ୟବଧାନରେ ଭୋକ ଲାଗିଥାଏ । ଦୃଷ୍ଟିଶକ୍ତି ତଥା ଆଖିଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ବି ଆମ୍ବ ଖାଇବା ଦ୍ୱାରା କରାଯାଇ ପାରେ । ଏହା କୋଲେଷ୍ଟ୍ରଲ୍ ସ୍ତର କମ୍ କରିବା ସହ ତ୍ୱଚାକୁ ଚିକ୍କଣ କରିଥାଏ ।
ଅଧିକ ମଧୁମେହ ରୋଗୀ ଭାବିଥାନ୍ତି ଆମ୍ବ ରକ୍ତରେ ଶର୍କରା ଭାଗକୁ ବଢ଼ାଇ ଥାଏ । କିନ୍ତୁ ଏହା ଭୁଲ୍ ଧାରଣା । ମଧୁମେହ ରୋଗୀମାନେ ବି ଆମ୍ବ ଖାଇପାରିବେ, କିନ୍ତୁ ଏଥିଲାଗି ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ । ପୁଣି ଆଉ ଗୋଟିଏ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଲେ ପ୍ରଚୁର ଆମ୍ବ ଖାଉଥିବା ବ୍ୟକ୍ତିଙ୍କୁ କର୍କଟ ହେବା ସମ୍ଭାବନା କମ୍ଥାଏ ।
