ଭୁବନେଶ୍ୱର: ଫେବ୍ରୁଆରୀ ୧ରୁ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ । ଦାବି ପୂରଣ ନହୋଇଥିବାରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବି କରିଛନ୍ତି ।୨୦୨୧ରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଥିବା ଅଭିଯୋଗ ରହିଛି । ଓଏମଏଚଏସ କ୍ୟାଡର ଡାକ୍ତରଙ୍କ ପୁନଃର୍ବିନ୍ୟାସ ଦାବି ରହିଛି । ସେହିପରି ଅସ୍ଥାୟୀ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ବାଧ୍ୟତାମୂଳକ କେବିକେ ଅଞ୍ଚଳରେ କାର୍ଯ୍ୟର ନିୟମାବଳୀକୁ ଉଚ୍ଛେଦ ଦାବି କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାସ ଅର୍ଥାତ୍ ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ ଡାକ୍ତମାନେ ରାଜ ରାସ୍ତାକୁ ଓହ୍ଲାଇବେ । ସେମାନଙ୍କ ଦାବି ପୁରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ଏନେଇ ଆଜି ପ୍ରେସମିଟ୍ ଜରୀଆରେ ସୂଚନା ଦେଲେ ଓମସା । ତେବେ କେନ୍ଦ୍ରିୟ ହାରରେ ଦରମା, ଅବସର ବୟସ ବୃଦ୍ଧି ଆଡହକ୍ ଡାକ୍ତରଙ୍କୁ ସ୍ଥାୟୀ ଆଦି ଅନେକ ଦାବି କରିଛି ଓମସା । ତେହେ ଏହି ଦାବି ପୁରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବେ ଶତାଧିକ ଡାକ୍ତର ।
ତେବେ ଓଡିଶା ମେଡିକାଲ ଆସୋସିଏସନ ( ଓମସା)୪ଟି ଦାବି ନେଇ ରାଜ୍ୟସରକାରଙ୍କ ସହ ଅନେକଥର ଆଲୋଚନା କିଥିବା ବେଳେ ତାହା ବିଫଳ ହୋଇଛି । ଫଳରେ ସେମାନେ ଚଳିତ ମାସ ୧୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟରେ ବିଶ୍ୱକପ୍ ହକି ହେବାକୁ ଯାଉଛି ତେଣୁ ଏହି ସମୟରେ ଆନ୍ଦୋଳନକୁ ନ ଯିବାପାଇଁ ଓମସା ପକ୍ଷରୁ ସ୍ଥିର କରାଯାଇଛି । ଫଳରେ ଏହାକୁ ଆନ୍ଦୋଳନକୁ ସେମାନେ ଫେବୃଆରୀ ୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।