ତୁର୍କୀରେ ପୁଣି ଭୂମିକମ୍ପ ଝଟକା

0

ନୂଆଦିଲ୍ଲୀ,୨୧/୨ : ତୁର୍କିରେ ପୁଣି ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପ ତୁର୍କୀର ହୈତେ ପ୍ରାନ୍ତରେ ଅନୁଭୂତ ହୋଇଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୋମବାର ବିଳମ୍ବିତ ରାତିରେ ତୁର୍କୀ ଓ ସିରିଆ ସୀମାନ୍ତ ଅଞ୍ଚଳ ଏହି ଭୂମିକମ୍ପ ଝଟକା ଲାଗିଛି । ୟୁରୋପିଆନ ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯୟୀ, ଏହାର ତିବ୍ରତା ଏହାର ୬.୪ ରହିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳୀ ହୈତେ ଭୂପୃଷ୍ଠ ଠାରୁ ୨ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ଝଟକା ଲାଗିବା ଫଳରେ ବହୁ ଘର ଭାଙ୍ଗିଯାଇଛି ।

ଏହାପୂର୍ବରୁ ଫେବୃଆରୀ ୬ ତାରିଖରେ ତୁର୍କୀ-ସିରିୟାରେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଏଥିରେ ଉଭୟ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୬ ହଜାରରୁ ଅଧିକ ହୋଇଛି । କେବଳ ତୁର୍କୀରେ ୪୧ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଦେଢ଼ ଲକ୍ଷରୁ ଅଧିକ ବିଲ୍ଡିଂ ଭୂଶୁଡ଼ି ପଡ଼ିଛି। ସେହିପରି ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାରରୁ ଅଧିକ ହୋଇଥିବା​‌ବେଳେ ଅଧିକାଂଶ ଲୋକ ବାସହରା ହୋଇଛନ୍ତି। ଆହତଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

SBI AD
Leave A Reply

Your email address will not be published.