ପୁଣି ଥରିଲା ଇଣ୍ଡୋନେସିଆ : ଏହାର ତୀବ୍ରତା ୬.୮, ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି

ନୂଆଦିଲ୍ଲୀ, ୧୫/୦୮ : ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ନର୍ଥ ସୁମାତ୍ରାରେ ୬.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳେ ହୋଇଥିବା ୭.୭ ତୀବ୍ରତାର ଭୂକମ୍ପର କିଛି ସମୟ ପରେ ଆସିଛି । ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଅନେକ ଲୋକ ଆହତ ହୋଇଥିବାବେଳେ ଭୂସ୍ଖଳନ ଓ ଭଗ୍ନାବଶେଷ ତଳେ ଲୋକ ଫସି ରହିଥିବା ଖବର ମିଳିଛି । ସ୍ଥାନୀୟ ସମୟ ପ୍ରାୟ ସକାଳ ୫ଟା ୫୮ ମିନିଟ୍ ରେ ପ୍ରଥମ ଭୂକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ Flores Islandର ଉତ୍ତର ଉପକୂଳଠାରୁ ସମୁଦ୍ର ମଧ୍ୟରେ ଥିଲା । USGS ଅନୁସାରେ ଏହା Ende ଠାରୁ ପ୍ରାୟ ୬୮ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମରେ ଥିଲା । ଭୂକମ୍ପଟି ଅତ୍ୟନ୍ତ ଅଗଭୀର ଥିବାରୁ ଏହାର ଝଟକା ଅଧିକ ଶକ୍ତିଶାଳୀ ଥିଲା । USGS ଏହାର ଗଭୀରତା ପ୍ରାୟ ୧୦ କିଲୋମିଟର କହିଥିବାବେଳେ ଇଣ୍ଡୋନେସିଆର BMKG ପ୍ରାୟ ୧୫ କିଲୋମିଟର ବୋଲି ଆକଳନ କରିଛି ।

ପ୍ରଥମ ଅଧଘଣ୍ଟା ମଧ୍ୟରେ ୫.୯, ୫.୬ ଓ ୬.୧, ତୀବ୍ରତାର ଝଟକା ରେକର୍ଡ ହୋଇଥିବାବେଳେ ପରେ ଆହୁରି ଅନେକ ଛୋଟବଡ଼ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ପରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। କିଛି ଅଞ୍ଚଳରେ ମାଟି ଓ ପଥର ତଳେ ଘରଦ୍ୱାର ଚାପି ହୋଇଯାଇଛି । ରିପୋର୍ଟ ଅନୁସାରେ ମାଙ୍ଗାରାଇର ରିଅକ୍, ସିକ୍କା, ପଶ୍ଚିମ ମାଙ୍ଗାରାଇ ଓ ପୂର୍ବ ମାଙ୍ଗାରାଇ ସମେତ ବିଭିନ୍ନ ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି । କେତେକ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ସମସ୍ୟା ହେଉଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ଭୂକମ୍ପରେ ଅନେକ ଘର ଓ କୋଠା ଭାଙ୍ଗିବା ସହ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ହୋଟେଲ୍ ଓ ଅନ୍ୟ କେତେକ କୋଠାରେ କ୍ଷୟକ୍ଷତି ହୋଇଛି । ଭୂସ୍ଖଳନ ଯୋଗୁଁ Trans-Flores Highwayର କେତେକ ଅଂଶ ଅବରୋଧ ହୋଇଛି । ବିଦ୍ୟୁତ୍ ସରବରାହ ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ କେତେକ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଛି ।