ମୃଦୁ ଭୂମିକମ୍ପରେ ଥରିଲା କୋରାପୁଟ, ଆତଙ୍କିତ ହେଲେ ଲୋକେ

ଭୁବନେଶ୍ୱର, ୧୯/୦୮ : କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁରର ପ୍ରାୟ ୩ଟି ବ୍ଲକରେ ମଙ୍ଗଳବାର ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ବ୍ଲକର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର ଝଟକା ଲୋକେ ଅନୁଭବ କରିବା ପରେ ଅନେକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିଲା । ସୁରକ୍ଷା ଦୃଷ୍ଟିରୁ କିଛି ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ମୃଦୁ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ କେଉଁଠି ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।