୭ରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ୍ ଷ୍ଟାଣ୍ଡିଂ କମିଟି ବୈଠକ

ଭୁବନେଶ୍ୱର, ୦୪/୦୭ : ଭୁବନେଶ୍ୱରରେ ଏକାଠି ହେବେ ୪ ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ ଡିଜି । ୭ରେ ରାଜଧାନୀରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ । ଯୋଗ ଦେବେ ୪ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ଡିଜି ଏବଂ ଗୃହ ସଚିବ । କେନ୍ଦ୍ର ସରକାରଙ୍କ ଅଧିକାରୀ ମଧ୍ୟ ସାମିଲ ହେବେ,ଏଥିପାଇଁ ୮୭ ଜଣ ଅଫିସରଙ୍କୁ ନିୟୋଜିତ କଲେ ରାଜ୍ୟ ସରକାର । ଏହି ୧୫ତମ ଷ୍ଟାଣ୍ଡିଂ କମିଟି ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିବେ । ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବମାନଙ୍କ ସମେତ ଗୃହ ସଚିବ ଓ ପୁଲିସ ଡିଜିମାନେ ମଧ୍ୟ ଯୋଗ ଦେବେ ।