ନୂଆବର୍ଷରୁ ମହଙ୍ଗା ହେବ ଟିଭି, ଫ୍ରିଜ୍ ୱାଶିଂ ମେସିନ୍

ନୂଆଦିଲ୍ଲୀ,୨୯ /୧୨: ୨୦୨୧ ରେ ଟିଭି, ଫ୍ରିଜ୍ ଏବଂ ୱାଶିଂ ମେସିନ୍ ଭଳି କିଛି ଘରୋଇ ସାମଗ୍ରୀ ମହଙ୍ଗା ହୋଇପାରେ । ଆସନ୍ତା ବର୍ଷ ଠାରୁ ଘରୋଇ ଉପକରଣର ଉତ୍ପାଦନ ପାଇଁ ବ୍ୟବହୃତ ତମ୍ବା, ଆଲୁମିନିୟମ୍ ଏବଂ ଷ୍ଟିଲ୍ ଭଳି ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ । ଏହି କାରଣରୁ ଘରୋଇ ଉପକରଣର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ।

ଏଲଜି, ପାନାସୋନିକ୍ ଏବଂ ଥମସନ ପରି କମ୍ପାନିର ଘରୋଇ ସାମଗ୍ରୀ ବି‌ଶେଷ କରି ଟିଭି, ରେଫ୍ରିଜେରେଟର ଏବଂ ୱାଶିଂ ମେସିନର ଅଧିକ ଚାହିଦା ରହିଛି। ଜାନୁଆରିରୁ ଏହି ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ ବୋଲି ଏହି କମ୍ପାନିଗୁଡିକ ସ୍ପଷ୍ଟ କରିଛନ୍ତି।