ଆଜି ଓଡିଶାରେ ପହଞ୍ଚିବ ୮ଟି ସ୍ୱତନ୍ତ୍ର ଟ୍ରେନ୍, ଆସୁଛନ୍ତି ୧୨ ହଜାରରୁ ଅଧିକ ପ୍ରବାସୀ

ଭୁବନେଶ୍ୱର,୨।୬: ଆଜି ଓଡିଶାରେ ପହଞ୍ଚିବ ୮ଟି ସ୍ୱତନ୍ତ୍ର ଟ୍ରେନ୍ । ଗତକାଲି ଓଡ଼ିଶାରେ ପହଞ୍ଚିଛି ୨ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ । ଅନ୍ୟ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଆଜି ଏହି ଟ୍ରେନ୍‌ ଗୁଡ଼ିକ ରାଜ୍ୟରେ ପହଞ୍ଚିବ ।

ପୂର୍ବତଟ ରେଳପଥ ସୂଚନା ଅନୁସାରେ, ଗତକାଲି ଗୋଟିଏ ଟ୍ରେନ୍‌ ତାମିଲନାଡୁରୁ ବାଲେଶ୍ୱର ଆସିଥିବା ବେଳେ ଅନ୍ୟ ଏକ ଟ୍ରେନ୍‌ ଗୁଜୁରାଟରୁ ବାଲେଶ୍ୱରକୁ ଆସିଛି । ଏଥିରେ ପ୍ରାୟ ୩ ହଜାର ଶ୍ରମିକ ଆସିଛନ୍ତି । ସେହିପରି ସୋମବାର ବିଭିନ୍ନ ରାଜ୍ୟରୁ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଏହି ଟ୍ରେନ୍‌ ମଧ୍ୟରୁ ଦୁଇଟି କେରଳରୁ ଖୋର୍ଦ୍ଧା ରୋଡ୍‌ ଆସିବ । ବେଙ୍ଗାଲୁରୁରୁ ବାଲେଶ୍ୱର, ତାମିଲନାଡୁରୁ ବାଲେଶ୍ୱର, ହରିୟାଣାରୁ ବାଲେଶ୍ୱର, ତେଲେଙ୍ଗାନାରୁ ବଲାଙ୍ଗୀର, ତେଲେଙ୍ଗାନାରୁ ନୂଆପଡ଼ା ଓ ତେଲେଙ୍ଗାନାରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ଗୋଟିଏ ଲେଖାଏଁ ଟ୍ରେନ୍‌ ଆଜି ପହଞ୍ଚିବ । ଏଥିରେ ପାଖାପାଖି ୧୨ ହଜାର ଶ୍ରମିକ ଆସୁଛନ୍ତି । ବର୍ତ୍ତମାନ ମେ ୩୧ ସୁଦ୍ଧା ପୂର୍ବତଟ ରେଳପଥ ପକ୍ଷରୁ ୧୭୮ ଟ୍ରେନ୍‌ ଯାତାୟାତ କରିଛି ।