ଭୁବନେଶ୍ୱର, ୭/୧୧ : ଆଜି ସକାଳେ ଖୁଣ୍ଟୁଣୀ ବନାଞ୍ଚଳର ରାଜବଲ୍ଲଭପୁର ରେଂଜର ଘୁମାଘାସୁଆ ପାହାଡ଼ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀ ମୃତ୍ୟୁର କାରଣ ଯଦିଓ ଜଣାପଡ଼ି ନାହିଁ, ତଥାପି ଏହା ଶିକାରୀମାନଙ୍କ କାଣ୍ଡ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଅଂଚଳରେ ରହି ହାତୀ ପଲଙ୍କ ଉପଦ୍ରବ ଢେର ଅଧିକ ରହିଛି । ଏ ହାତୀଟି ବି ସ୍ଥାନୀୟ ଅଞ୍ଚଳରେ ରହି ଧାନ ନଷ୍ଟ କରୁଥିଲା । ଆଜି ପାହାଡ଼ ନିକଟରେ ସ୍ଥାନୀୟ ଲୋକେ ହାତୀର ମଲା ଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ।