ଜମ୍ମୁ କଶ୍ମୀରରେ ଭୂକମ୍ପ ଅନୁଭୂତ: ରିକ୍ଟର ସ୍କେଲରେ ତୀବ୍ରତା ୪.୨୯

ଶ୍ରୀନଗର, ୭/୧୧ : ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ୪ଟା ୨୯ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨୯ ରେକର୍ଡ କରାଯାଇଛି। କିସ୍ତୱାର ଜିଲ୍ଲା ଡୋଲ ନିକଟ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।

ସୂଚନାଯୋଗ୍ୟ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇସାରିଛି । କିନ୍ତୁ ଏହା ରିକ୍ଟର ସ୍କେଲରେ ତୀବ୍ରତା କମ ରହୁଥିବାର କ୍ଷୟକ୍ଷତି ହୋଇନାହିଁ ।