ଭୁବନେଶ୍ୱର,୧୪ /୩ : ବର୍ଷା-ଅନୁଭବ ପାରିବାରିକ ବିବାଦ ଥମିବାର ନା ନେଉନି। କୋର୍ଟରେ କେସ୍ ଗଡୁଛି। ବର୍ଷା କିଛିଦିନ ପୂର୍ବରୁ ଅନୁଭବଙ୍କ ଘର ଛାଡ଼ିଥିଲେ। ତଥାପି ଦୁହିଁଙ୍କ ସଂପର୍କକୁ ନେଇ କୌଣସି ନିଷ୍କର୍ସ ବାହାରି ପାରୁନି। ଯାହାର ଝଲକ ପୁଣି ଥରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ନିକଟରେ ସଂସାଦ ଅନୁଭବ ମହାନ୍ତି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଟ୍ୟାଗ କରି ଏକ ଟ୍ୱିଟ୍ କରିଛନ୍ତି। ସେ ବର୍ଷାଙ୍କୁ ଅନୁରୋଧ କରି ଲେଖିଛନ୍ତି,’ ବାପା ମା ସବୁବେଳେ ପିଲାମାନଙ୍କର ଭଲ ଚାହାନ୍ତି। ଆମେ ଜାଣିଛେ କିଏ ଠିକ୍ କିଏ ଭୁଲ୍। ମୋ ବାପା ଆଇସିୟୁରେ ଅଛନ୍ତି। ତାଙ୍କର ଖୁବ୍ କ୍ରିଟିକାଲ୍ କଣ୍ଡିସନ୍। ଏଭଳି ଅସମୟରେ ଆଉ ବିଳମ୍ବ ନକରି ବୁଝାମଣ କରି ଅଲଗା ହୋଇ ମାନବିକତା ଦେଖାଇବାକୁ ମୁଁ ହାତଯୋଡି ନେହୁରା ହେଉଛି। ସବୁକିଛି ଶେଷ ହେବା ପୂର୍ବରୁ ମୋ ବାପା ମାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ। ମହାପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ବୋଲି ଅନୁଭବ ନିଜ ଟୁଇଟରେ ଲେଖିଛନ୍ତି।