ଭୁବନେଶ୍ଵର,୧୪/୩ : ରାଜ୍ୟରେ ମହିଳା ସଶକ୍ତିକରଣ ନାଁରେ କୋଟି କୋଟି ଟଙ୍କାର ହରିଲୁଟ ଚାଲିଛି। ମିଶନ ଶକ୍ତିରେ ଅନିୟମିତତା ଶୀର୍ଷକ ମୁଲତବୀ ଆଲୋଚନା ବେଳେ ସରକାରଙ୍କୁ ଏପରି କହି ଟାର୍ଗେଟ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଯଦି ମନ୍ତ୍ରୀ କହୁଛନ୍ତି ମୁଲତବୀ ପ୍ରସ୍ତାବ ତଥ୍ୟ ଉପରେ ଆଧାରିତ ନୁହେଁ ତେବେ ତଥ୍ୟ କାହାକୁ କୁହାଯାଏ ସରକାର ଓ ବିଭାଗ ଜାଣିଛନ୍ତି କି ?
ନରସିଂହ ମିଶ୍ର କହିଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଯେଉଁ ଋଣ ଦିଆଯାଉଛି ତାହା ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ କରା ଯାଇ ପାରୁନି । ସେଥିପାଇଁ ସେମାନେ ଋଣ ପରିଶୋଧ କରି ପାରୁନାହାନ୍ତି । ଏହି କଥା ବାରମ୍ବାର ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି । ଏହା ସହିତ ବଜାର ବ୍ୟବସ୍ଥା ଏବଂ ଟ୍ରେନିଂ ଦିଆ ଦିଆଯାଉ ନଥିବା ବାରମ୍ବାର ଷ୍ଟାଣ୍ଡିଂ କମିଟି ସୁପାରିସ କରୁଛି । ଯଦି ମନ୍ତ୍ରୀ ଷ୍ଟାଣ୍ଡିଂ କମିଟିର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ତେବେ ଷ୍ଟାଣ୍ଡିଂ କମିଟି କଣ ପାଇଁ ରହିବ । ଏହାକୁ ନେଇ ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି ନରସିଂହ ।
ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ଓଡ଼ିଶାରେ ନାହାନ୍ତି । ସାରା ଦେଶରେ ଅଛନ୍ତି । ଏହା ଓଡିଶା ସରକାରଙ୍କ ମାନସ ସନ୍ତାନ ନୁହେଁ । ଯୋଜନାକୁ ରାଜନୈତିକ ଉଦ୍ଦେଶରେ ବ୍ୟବହାର କରାନଯାଉ । ସରକାରଙ୍କ ପଇସାରେ ସରକାରୀ ଦଳ ଦଳ ରାଜନୀତି କରୁଛି । ରାଜକୋଷରୁ ଏପରି ଲୁଣ୍ଠନ କରା ନ ଯାଉ । ପ୍ରକୃତରେ ଅର୍ଥ ହରିଲୁଟ ହେଉଛି କି ନାହିଁ, ଗୃହ କୁ ମନ୍ତ୍ରୀ ବିଭ୍ରାନ୍ତି କରୁଛନ୍ତି କି ନାହିଁ ତାହାର ତଦନ୍ତ ହେଉ । ଯଦି ଷ୍ଟାଣ୍ଡିଂ କମିଟିକୁ ବିଶ୍ଵାସ ନାହିଁ ତେବେ ହାଉସ କମିଟି ଗଠନ କରି ଏହାର ତଦନ୍ତ କରଯାଉ । ସ୍ପଷ୍ଟ ଭିଜିଟ କରି ତଦନ୍ତ କରାଯାଉ । କେଉଁଟା ସତ କେଉଁଟା ମିଛ ଆପେ ଆପେ ଜଣା ପଡିଯିବ । ସରକାରୀ ପଇସାରେ ମହିଳାଙ୍କ ବିନାଶ ନ କରାଯାଉ କି ରାଜନୀତି ନ କରାଯାଉ ବୋଲି କହିଛନ୍ତି ନରସିଂହ ।
