୨୦ ନୂହେଁ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର,୧୮/୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି, ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ଗୋଟିଏ ଦିନ ଘୁଞ୍ଚାଯାଇଛି । ୨୦ ବଦଳରେ ୨୧ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା | ପୂର୍ବ ନିର୍ଦ୍ଧାରିତ ୬୦ଟି କେନ୍ଦ୍ର ରେ ହେବ ମୂଲ୍ୟାୟନ। ଏହାସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୦ କିଲୋମିଟର ପରିଧି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ହିଁ ଖାତା ଦେଖିବେ ଶିକ୍ଷକ। ଏ ନେଇ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାସ।