ହରିୟାଣା,୧୩ /୨: ହରିୟାଣାର ରୋହତକରୁ ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ମେହର ସିଂହ ଆଖଡ଼ା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡରେ ୫ ଜଣ ପ୍ରାଣ ହରାଇଛନ୍ତି। ଦୁଇ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣା ପଛର କାରଣ ପୂର୍ବ ଶତ୍ରୁତା ବୋଲି କୁହାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।
ଶୁକ୍ରବାର ଦିନ ଗୁଳିକାଣ୍ଡ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ବେଳେ ମୋଟ ୭ ଜଣଙ୍କୁ ଗୁଳି ଲାଗିଛି। ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ଆରମ୍ଭ କରିଛି।
ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇଛି। ଗୁରୁତରଙ୍କ ଚିକିତ୍ସା ଚାଲିଛି। ପ୍ରଥାମିକ ତଦନ୍ତରୁ ପୋଲିସ କହିଛି ଗୁଳିକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି। ହାଇ ପ୍ରୋଫାଇଲ୍ ଗୁଳିକାଣ୍ଡ ପରେ ମେହର ସିଂହ ଆଖାଡ଼ା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସେପଟେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।