ହାର୍ଟ ପାଇଁ ଅତ୍ୟନ୍ତ ଲାଭକାରୀ ଜୁଆଣି ପାଣି

ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଦେଉଛି। ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି ଅନିୟମିତ ଖାଦ୍ୟ ଅଭ୍ୟାସ। ଯେଉଁମାନେ ବ୍ୟାୟାମ କରନ୍ତି ନାହିଁ ଏବଂ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତି ସେମାନଙ୍କ ମାଂସପେଶୀରେ ରକ୍ତ ସଞ୍ଚାଳନ ପ୍ରଭାବିତ ହେବାକୁ ଲାଗେ। ସେଥିପାଇଁ ଅନେକ ଥର ହାର୍ଟରେ ବ୍ଳକେଜ ହେବା ସହ ଶରୀରର ଅନେକ ଅଂଶରେ ଛୋଟ ବ୍ଳକେଜ ହେବା ଆରମ୍ଭ ହୁଏ। ଯେଉଁ କାରଣରୁ ରକ୍ତଚାପ ବୃଦ୍ଧି ପାଇଥାଏ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଡାକ୍ତର ସାଧାରଣତଃ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ କେତେକ ଘରୋଇ ଉପଚାର ଏବଂ ବ୍ୟାୟାମ ଦ୍ୱାରା ମଧ୍ୟ ଏହି ସମସ୍ୟା ଦୂର ହୋଇପାରିବ। ଏହିପରି ଏକ ଘରୋଇ ଉପଚାର ହେଲା ଜୁଆଣି ପାଣି। ଜୁଆଣି ପାଣି ହୃଦରୋଗୀଙ୍କ ପାଇଁ ଔଷଧ ଭଳି କାମ କରେ। ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲ ସ୍ଥର ମଧ୍ୟ ହ୍ରାସ କରେ।

କେମିତି ପ୍ରସ୍ତୁତ କରିବେ ଜୁଆଣି ପାଣି ଜାଣନ୍ତୁ :

ସର୍ବପ୍ରଥମେ ସଫା ଜୁଆଣିକୁ ରାତିସାରା ଏକ କପ୍ ପାଣିରେ ବତୁରାଇ ଦିଅନ୍ତୁ। ସକାଳେ ଏହି ପାଣିକୁ ଜୁଆଣି ସହ ୨୦ ମିନିଟ ଯାଏଁ ଭଲ ଭାବେ ଫିଟାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ପାଣିର ରଙ୍ଗ ବଦଳିଯିବ। ସ୍ୱାଦ ପାଇଁ ଆପଣ ଏଥିରେ କିଛି ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ। ଏହି ପାଣିକୁ ଏକ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖିଦେବେ। ପ୍ରତିଦିନ ସକାଳେ ଏହି ପାଣି ପିଅନ୍ତୁ। ଏହା ଶରୀରକୁ ଅନେକ ଉପାୟରେ ଉପକୃତ କରିବ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଜୁଆଣି ପାଣି ଶରୀରକୁ ଉତ୍ତାପ ପ୍ରଦାନ କରିଥାଏ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯେଉଁମାନଙ୍କର ଗ୍ୟାସ୍, କୋଷ୍ଠକାଠିନ୍ୟ ଏବଂ ଅମ୍ଳ ଭଳି ସମସ୍ୟା ରହିଛି ସେମାନଙ୍କ ପାଇଁ ଜୁଆଣି ପାଣିର ଅନେକ ପ୍ରଭାବ ରହିଛି। ଜୁଆଣି ପାଣି ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରିଥାଏ।

 

Comments are closed.