ଭୁବନେଶ୍ୱର, ୦୧/୧୦ : ବନ୍ୟା କ୍ଷତିପୂରଣ ନେଇ ତତ୍ପର ହୋଇଛି ରାଜ୍ୟ ସରକାର । ବନ୍ୟା ପ୍ରଭାବିତ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଆଉ ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ କ୍ଷତିପୂରଣ ବଣ୍ଟନ ସାରିବାକୁ ଦିଆଯାଇଛି ନିର୍ଦ୍ଦେଶ । ରାଜୀବ ଭବନସ୍ଥିତ ସିଓକେଆଇରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ ।