ନିୟମ ନ ମାନିଲେ ପୁଣି ଥରେ ହେବ ଲକଡାଉନ

ମହାରାଷ୍ଟ୍ର, ୧୧/୬ : ଦିନକୁ ଦିନ ମହାରାଷ୍ଟ୍ରରେ ଅନିୟନ୍ତ୍ରିତ ହେଉଛି କରୋନା | ଏଠାରେ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୯୫ ହଜାର ପାଖାପାଖି ପହଁଞ୍ଚି ଥିବାବେଳେ ପ୍ରାୟ ୩୫୦୦ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୨୫୪ ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୪୯ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବଢୁଥିବା ମାମଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣିଥରେ ଲକଡାଉନ ଲାଗୁ କରିବା ନେଇ ଚେତାବନୀ ଦେଇଛନ୍ତି ।

ବୁଧବାର ଦିନ ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି ଲୋକମାନେ କରୋନା ପ୍ରତିବନ୍ଧକ ଓ ନିୟମକୁ ମାନିବାରେ ବିଫଳ ହୁଅନ୍ତି, ତେବେ ରାଜ୍ୟକୁ ପୁଣି ଥରେ ଲକଡାଉନ କରିବାକୁ ପଡିବ ।

ମହାରାଷ୍ଟ୍ରରେ ବର୍ତ୍ତମାନସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ୯୪୦୪୨ କୁ ବୃଦ୍ଧି ପାଇଛି | ୩୪୩୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ବର୍ତ୍ତମାନ ୪୬୦୭୪ ସକ୍ରିୟ ମାମଲା ଅଛି | ଏଥିସହିତ ଚିକିତ୍ସା ପରେ ୪୪୫୧୭ ଲୋକ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି ।